Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର ଉଦଘାଟିତ।

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର ଉଦଘାଟିତ।

ପଦ୍ମପୁର-ଗ୍ରୀଷ୍ମ ଅବକାଶ ସମୟର ସଦୁପଯୋଗ କରିବା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଦୀପ ପ୍ରଜ୍ବଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ପ୍ରଶିକ୍ଷକ ଭାବରେ ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ଲିଡର ପୁନମ ନାଏକ ଓ ପ୍ରଜ୍ବଳ ବାନାୟତ ଯୋଗ ଦେଇଥିଲେ।

ଏହି ଶିବିର ରେ ବ୍ଲକର ୬୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି ଶିବିର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ପିଲା ମାନେ ଜୀବନ କୌଶଳ, ବିଭିଦତା ମଧ୍ୟ ରେ ଏକତା, ଏକ ବିଂଶ ଶତାବ୍ଦୀ ର କୌଶଳ, ସଂସ୍କୃତି ଜ୍ଞାନ, ୟୋଗ, ନୃତ୍ୟ, ବ୍ୟକ୍ତିଗତ ସୁରକ୍ଷା ଉପରେ ଜ୍ଞାନ ପାଇବେ। ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଖୁଶବୁ ବରିହା ଓ ଶିକ୍ଷା କର୍ମଚାରୀ ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଏହି ଶିବିର କୁ ସଫଳ କରିବାରେ ସହାୟତା କରିଥିଲେ।

error: Content is protected !!