Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ ରୁ ଆରମ୍ଭ ।

ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ ରୁ ଆରମ୍ଭ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବଡବନ୍ଧ ସ୍ଥିତ ବନଦୂର୍ଗା ମନ୍ଦିରରେ ସାର୍ବଜନୀକ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ ରୁ ଆରମ୍ଭ ହେବ ବୋଲି ପୂଜା କମିଟି ସଭାପତି ଡ଼ା ପ୍ରଭାତ ନାରାୟଣ ତ୍ରିପାଠୀ ଓ ସଂପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ବିଧିପୂର୍ବକ ନବରାତ୍ର ଦୂର୍ଗାପୂଜା ମହାଆଡମ୍ବର ଅନୁଷ୍ଠିତ ହେବ । କାର୍ଯ୍ୟସୂଚି ଅନୁସାରେ ଆଶ୍ଵିନ ଶୁକ୍ଳପକ୍ଷ ପ୍ରତିପତା ତା ୨୨.୯ .୨୫ ସୋମବାର ସକାଳଘ ୮.୦୦ ମି ସମୟରେ କଳସାଧିବାସ, ଅଙ୍କୁରାରୋପଣ, ଅଖଣ୍ଡ ଦୀପ ପ୍ରଜ୍ବଳନ ଓ ନବରାତ୍ର ଦୂର୍ଗାପୂଜାରମ୍ଭ , ସନ୍ଧ୍ୟା ଘ ୭ .୦୦ ମି ପୂଜା ମିଷ୍ଟାନ୍ନ ଭୋଗ,ଓ ସନ୍ଧ୍ୟା ଘ୭.୩୦ମି ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ ।

ତା ୨୩.୯. ୨୫ ମଙ୍ଗଳବାର ସକାଳ ଘ ୭.୦୦ ମି ସମୟରେ ବାଳଭୋଗ, ଆରତୀ ପୂଜା,ଚଣ୍ଡି ହୋମ, ଅନ୍ନଭୋଗ ଆଳତୀ, ସନ୍ଧ୍ୟା ଘ୭.୦୦ ମି ରେ ମିଷ୍ଟାନ୍ନ ଭୋଗ, ସନ୍ଧ୍ୟା ଘ୭.୩୦ମି ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ। ଠିକ୍ ସେହିଭଳି ତା ୨୯.୯.୨୦୨୫ ସୋମବାର ଦିନ ସକାଳ ଘ୭.୦୦ମି ବାଳଭୋଗ, ଆଳତୀ ପୂଜା,ଚଣ୍ଡିହୋମ, ଫଳମୂଳ ଭୋଗ , ଆଳତୀ ଅନୁଷ୍ଠିତ ହେବ ।, ସନ୍ଧ୍ୟାଘ ୭.୦୦ମି ରେ ୧୦୮ ଦୀପ ପ୍ରଜ୍ବଳନ, ମିଷ୍ଟାନ୍ନ ଭୋଗ,ସନ୍ଧ୍ୟା ଘ ୭.୩୦ ମି ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ।ତା ୩୦.୯.୨୦୨୫ ମଙ୍ଗଳବାର ସକାଳ ଘ ୭.୦୦ମି ରେ ବାଳଭୋଗ, ଆଳତୀ, ଅଷ୍ଟମୀ ହୋମ, ଅନ୍ନଭୋଗ, ଆଳତୀ, ସନ୍ଧ୍ୟା ଘ୭.୩୦ମି ସମୟରେ ଆଳତୀ ଅନୁଷ୍ଠିତ ହେବ।

ତା ୧.୧୦.୨୦୨୫ ବୁଧବାର ନବମୀ ସକାଳ ଘ୭.୦୦ମି ବାଳଭୋଗ, ଆଳତୀ, କୁମାରୀ ପୂଜା, ଶାନ୍ତି ହୋମ, ଅନ୍ନଭୋଗ ଆଳତୀ ସନ୍ଧ୍ୟା ଘ୭.୩୦ପୂଜା ମିଷ୍ଟାନ୍ନ ଭୋଗ ସନ୍ଧ୍ୟା ଘ ୭.୩୦ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ। ତା ୨.୧୦.୨୦୨୫ ଗୁରୁବାର ବିଜୟା ଦଶମୀ ଅପରାଜିତା ପୂଜା,ସକାଳ ଘ ୧୦ .୧୦ ମି ମଧ୍ୟେ ସ୍ଥିର ଲଗ୍ନ ନିର୍ଘଣ୍ଟ ସମୟରେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି । ନବରାତ୍ର ଦୂର୍ଗାପୂଜା ରେ ମାଁ ବନଦୂର୍ଗା ଙ୍କ ପାଖରେ ଅଖଣ୍ଡ ଦୀପ ପ୍ରଜ୍ବଳନ, ଦୈନିକ ଅନ୍ନଭୋଗ ଅର୍ପଣ , ଅମୃତ ମଣୋହି ଭୋଗ ଅର୍ପଣ ,ଅନ୍ନ ଭୋଗ କୁଣ୍ଡି ର ବ୍ୟବସ୍ଥା, ମିଷ୍ଟାନ୍ନ ଭୋଗ,କୁମାରୀ ପୂଜା,ସ୍ବାମୀଣ ଆଦି ମାଁ କାର୍ଯ୍ୟରେ ନିୟୋଜିତ ରହି ସାନ୍ନିଧ୍ୟ ଲାଭ କରିବା ଇଚ୍ଛୁକ ଭକ୍ତ ପିପାସୁ ମାନଙ୍କୁ କମିଟି ର ଧାର୍ଯ୍ୟ ମୂଲ୍ୟ ଦେଇ ମାଁ ପୂଜା ରେ ସମର୍ପିତ ସୌଭାଗ୍ୟ ପ୍ରାପ୍ତି ହୋଇ ପାରିବେ ବୋଲି ପରିଚାଳନା କମିଟି ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ ସୂଚନା ଦେବା ସହ ସମସ୍ତ ସହଯୋଗ କାମନା କରିଛନ୍ତି ।

error: Content is protected !!