Saturday, March 7, 2026
Homeଅଘଟଣପଦ୍ମପୁର ଉପ କାରାଗାରରେ ପୋଲିସର ଚଢ଼ାଉ ଓ ମାଦକ ଦ୍ରବ୍ଯ ଜବତ ।

ପଦ୍ମପୁର ଉପ କାରାଗାରରେ ପୋଲିସର ଚଢ଼ାଉ ଓ ମାଦକ ଦ୍ରବ୍ଯ ଜବତ ।

ପଦ୍ମପୁର-ପଦ୍ମପୁର ଉପ କାରାଗାରରେ ପୋଲିସର ଚଢ଼ାଉ ଓ ମାଦକ ଦ୍ରବ୍ଯ ଜବତ । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା ତଦନ୍ତ କରୁଛି ପୋଲିସ ବିଭାଗ । ଆଜି ସକାଳୁ ଅତର୍କିତ ଭାବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କ ନେତୃତ୍ୱରେ ଜଣେ ଏକ୍ସଜିକ୍ୟୁଟିବ ମାଜଷ୍ଟ୍ରେଟଙ୍କ ସମେତ ପୋଲିସ ଟିମ ଚଢାଉ କରିଥିଲେ ।

ଏହି ଚଢାଉରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଯଥା ଭାଙ୍ଗ,ବିଡି,ସିଗାରେଟ,ତମାଖୁ ଜବତ କରିବା ସହ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଏହି ଚଢାଉରେ ଝାରବନ୍ଧ ,ବୁଡେନ,ପାଇକମାଲଗାଇସିଲାଟ ଥାନା ଅଧିକାରୀଙ୍କ ସମେତ ଏସଆଇ ଧନେଶ୍ୱର ସାହୁ,ବିନି ତିର୍କି,ଏଏସଆଇ ଅସିମା ଟପୋ ପ୍ରମୁଖ ସାମିଲ ଥିଲେ ।

error: Content is protected !!