Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଉପଖଣ୍ଡ କରଣ ସମାଜ ପକ୍ଷରୁ ମହାରାଜ ଚିତ୍ରଗୁପ୍ତ ଦେବଙ୍କ ପୂଜା ମହୋତ୍ସବ।

ପଦ୍ମପୁର ଉପଖଣ୍ଡ କରଣ ସମାଜ ପକ୍ଷରୁ ମହାରାଜ ଚିତ୍ରଗୁପ୍ତ ଦେବଙ୍କ ପୂଜା ମହୋତ୍ସବ।

ପାଇକମାଲ-ପଦ୍ମପୁର ଉପଖଣ୍ଡର କରଣ ସମାଜର ଆରାଧ୍ୟ ଦେବତା ମହାରାଜ ଚିତ୍ରଗୁପ୍ତଙ୍କ ପୂଜା ମହୋତ୍ସବ ପାଇକମାଲ ବ୍ଲକ ଅନ୍ତର୍ଗତ ପତ୍ରାଗୁଡ଼ା ଗ୍ରାମରେ ପାଳନ ହୋଇଯାଇଛି।ପାଇକମାଲ ଓ ଝାରବନ୍ଧ ବ୍ଲକ ନୃସିଂହନାଥ ଜୋନ କରଣ ସମାଜ ପକ୍ଷରୁ ପୂଜା ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ସଂକୀର୍ତ୍ତନ ଦଳ ସହ ଘଣ୍ଟ ଶଙ୍ଖରେ କଳସ ଶୋଭାଯାତ୍ରା ବାହାରି ପୂଜା ସ୍ଥଳୀକୁ ଅଣାଯାଇଥିଲା। ପଣ୍ଡିତ ଗୋବର୍ଦ୍ଧନ ଦାସ ପୁରୋହିତ୍ୟରେ ଅନୁଷ୍ଠିତ ପୂଜା ମହୋତ୍ସବରେ ପୂଜା କର୍ତ୍ତା ଭାବେ ଗୋକୁଳା ବହିଦାର ଓ ତାଙ୍କ ଧର୍ମପତ୍ନୀ ମେଧା ବହିଦାର ଦାୟିତ୍ଵ ନିର୍ବାହ କରିଥିଲେ।

ପୂଜାକାର୍ଯ୍ୟ ସମ୍ପାଦନା ପରେ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରଣ ସମାଜ ସଭାପତି ବିସିକେଶନ ରାୟଙ୍କ ସଭାପତିତ୍ବରେ ସମାଜ ପରିବାର ଭାଇ ବନ୍ଧୁ ମାନଙ୍କ ପୁଅ ଝିଅଙ୍କ ପାଇଁ ଶିକ୍ଷା,ସ୍ବାସ୍ଥ୍ୟ,ବିବାହ,ଆଦି ଚାଳିଚଳଣି ଉପରେ ବିଶେଷ ଭାବେ ଆଲୋଚନା କରାଯାଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ଏହି ପୂଜା ମହୋତ୍ସବ ରେ କରଣ ସମାଜର ସମସ୍ତ ଭାଇ,ବନ୍ଧୁ ସପରିବାର ଯୋଗଦେଇ ଦେଇଥିଲେ। ସମାଜର ଉପ ସଭାପତି ଟୁନା ରାୟ, ରାଜୀବ ପଟ୍ଟନାୟଙ୍କ,ସୁଧୀର ପଟ୍ଟନାୟକ,ଦେବଦତ୍ତ ମହାନ୍ତି,ଧିରେନ୍ ମହାନ୍ତି, ସରୋଜ ପଟ୍ଟନାୟକ, ବିଜୟାନନ୍ଦ ପଟ୍ଟନାୟକ,ପ୍ରମୋଦ ରାୟ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ।ଶେଷରେ ସଂପାଦକ ତପନ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!