Saturday, March 7, 2026
Homeରାଜ୍ୟପଦ୍ମପୁରରେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ।

ପଦ୍ମପୁରରେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ।

ପଦ୍ମପୁର-ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ସ୍ଥାନୀୟ ଆର,ବି,ହାଇସ୍କୁଲ ପଡିଆ ଠାରୁ ଭେଉଁରିଆ ଛକ,ରାଜବାଟି ପଡିଆ,ଶାସ୍ତ୍ରୀ ଛକ,ଦୁର୍ଗା ମନ୍ଧିର ପୁଣି ଭେଉଁରିଆ ଛକ ଦେଇ ଆର,ବି,ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଐତିହାସିକ ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ଼ ହଲଧର ନାଗ,ଉପ ଜିଲ୍ଲାପାଳ , ସ୍ନେହା ଅରଗୁଲ,ଉପଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶଵର, ଦହିତା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୁଶାନ୍ତ ମିଶ୍ର, ସମେତ ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ କର୍ମଚାରୀ, ପୋଲିସ ବାହୀନ, ଲାୟନ୍ସ କ୍ଳବ୍, ସହଯୋଗ ଅନୁଷ୍ଠାନ, ଛାତ୍ରଛାତ୍ରୀ, ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଏକତା ପାଇଁ ପଦଯାତ୍ରା କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ଜିଲ୍ଲା ପ୍ରଶାସନ ତଥା କ୍ରିଡା ଓ ଯୁବସେବା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମାଇ ଭାରତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ମାନ୍ୟବର ସାଂସଦ ଶ୍ରୀ ପୁରୋହିତ ଆତ୍ମନିର୍ଭର ଭାରତ ଏବଂ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଜିଲ୍ଲାରସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ପଦ୍ମପୁରର ବିଶିଷ୍ଠ ବ୍ୟକ୍ତି ବିଶେଷ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନ, ଜିଲ୍ଲା କ୍ରିଡାଅଧିକାରୀ ଶ୍ରୀ ଅଜୟ କୁମାର ପଟ୍ଟାୟକ,ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ ଦେବତା, ଏବଂ ସମସ୍ତ କର୍ମଚାରୀ ମିଳିତ ଭାବେ ସମସ୍ତେ ଆୟୋଜନ କରିଥିଲେ ।

error: Content is protected !!