Thursday, May 8, 2025
spot_imgspot_imgspot_img
Homeଅଘଟଣପଦ୍ମପୁରରେ ଜଳ ଯନ୍ତ୍ରଣା, ପଦ୍ମପୁର-ପାଟଣାଗଡ ରାସ୍ଥା ଅବରୋଧ ପରେ ମିଲିଲା ପିଇବା ପାଣି ।

ପଦ୍ମପୁରରେ ଜଳ ଯନ୍ତ୍ରଣା, ପଦ୍ମପୁର-ପାଟଣାଗଡ ରାସ୍ଥା ଅବରୋଧ ପରେ ମିଲିଲା ପିଇବା ପାଣି ।

ପଦ୍ମପୁର-ପଦ୍ମପୁର ସହରରେ ପ୍ରାୟତଃ ବର୍ଷର ସବୁ ସମୟରେ ଜଳାଭାବ ଦେଖିବାକୁ ମିଲିଥାଏ । ଏଠାକାର ଜନସାଧାରଣଙ୍କୁ ଜଲ ଜନ୍ତ୍ରଣା ଭୋଗିବାକୁ ପଡିଥାଏ । ଏଗାର ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର ଏନଏସି ବହୁ ଦିନରୁ ସମ୍ପ୍ରସାରଣ ହୋଇନାହିଁ ହେଲେ ଏଠାକାର ଜନସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ପଦ୍ମପୁର ସହରକୁ ମୁଖ୍ୟତଃ ନିକଟସ୍ଥ ନାଗେନଦର୍ହା ଠାରୁ ପାଇପ ଯୋଗେ ପିଇବା ପାଣି ପିଏଚଡି ଅଫିସକୁ ଅଣାଯାଇ ସେଠାରେ ବିଶୋଧିତ କରି ପୁଣି ପାଇପ ଯୋଗେ ଜନସାଧାରଣଙ୍କୁ ବଂଟନ କରାଯାଇଥାଏ । ହେଲେ ଚଲିତ ବର୍ଷ ପିଏଚଡି ଖାମଖିଆଲି ମନୋଭାବ ତଥା ଠିକାଦାର ପୋଷାନିତି ଯୋଗୁଁ ପଦ୍ପୁର ଜନସାଧାରଣ ଅଧିକ ପାନୀୟ ଜଳ ସମସ୍ୟା ଭୋଗୁଥିବା ଦେଖିବାକୁ ମିଲିଛି ।

ଯାହାର ପ୍ରଭାବରେ ସହରର ପଦ୍ମପୁର-ପାଟଣାଗଡ ରାସ୍ତା ଡଙ୍ଗରଛକ ଠାରେ ମହିଳା ଓ ପୁରୁଷ ମାନେ ଗରା ମାଠିଆ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ତିନି ଘଣ୍ଟା ରାସ୍ତା ଅବରୋଧ ପରେ ପ୍ରଶାସନିକ ଅଧିକାରୀଙ୍କ ବୁଝାସୁଝା ତଥା ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା କାରଣରୁ ରାସ୍ତା ଅବରୋଧ ହଟିଥିଲା । ନାଗେନଦର୍ହା ଠାରେ ବାଳି ବସ୍ତା ପକାଇ ପାଣି ଅବରୋଧ କରି ପଦ୍ମପୁରକୁ ପାଣି ବଣ୍ଟନ କରାଯାଏ ।

ହେଲେ ଚଳିତ ବର୍ଷ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ଯୋଗୁଁ ତାହା ସଫଳ ହୋଇପାରିଲା ନାହିଁ । କାହିଁକି ନା ବାଲି ବନ୍ଧ ଫେଲ ମାରିଲେ ଠିକାଦାର ଟ୍ୟାଙ୍କର ଯୋଗେ ସହରର ବିଭିନ୍ନ ସ୍ଥାନକୁ ପାଣି ଯୋଗାଇବ ଏବଂ ମୋଟା ଅଙ୍କର ପାଉଣା ପାଇବ । କହିବାକୁ ଗଲେ ଠିକାଦାର ପୋଷିବା ପାଇଁ ପିଏଚଡି ବିଭାଗ ପଦ୍ମପୁର ବାସୀଙ୍କୁ ଜଳଯନ୍ତ୍ରଣା ଦେଉଥିବା ଅଭିଯୋଗ ହେଉଛି । ପଦ୍ମପୁର ସହରରେ ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ ଅଂଚବାସୀ ଦାବୀ କରିଛନ୍ତି ।

error: Content is protected !!