Saturday, March 7, 2026
Homeରାଜ୍ୟପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବରଗଡ଼ ସାଂସଦଙ୍କ ଦାବୀ ।

ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବରଗଡ଼ ସାଂସଦଙ୍କ ଦାବୀ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କେନ୍ଦ୍ରୀୟ ବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । ତେଣୁ ଏହାର ସ୍ଥାପନା ହେଲେ ପଦ୍ମପୁର ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ଶିକ୍ଷା ବ୍ୟବସ୍ଥା ନିର୍ମାଣ ହୋଇପାରିବ । ଯାହାଦ୍ବାରା ସାଧାରଣ ଜନତା ଓ ଚାଷୀଙ୍କ ଶିଶୁମାନେ ଉପକୃତ ହେବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ଏହାସହ ସରକାରୀ କର୍ମଚାରୀ ମାନେ ଏହାର ଲାଭ ଉଠାଇପାରିବେ । ଦୀର୍ଘ ଦିନର ଆକାଂକ୍ଷାକୁ ପୂରଣ କରିବାରେ ମନ୍ତ୍ରଣାଳୟର ସମର୍ଥନକୁ ଅପେକ୍ଷା କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ବରଗଡ଼ ସାଂସଦ । ସୂଚନାଯୋଗ୍ୟ,ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଦୀର୍ଘ ଦିନରୁ ଅଂଚଳବାସୀ ଦାବି କରି ଆସୁଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଏନେଇ କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାଂସଦ ଭେଟିବା ପରେ ଖୁବଶୀଘ୍ର ମନ୍ତ୍ରଣାଳୟ ଏ ଦିଗରେ ଗ୍ରୀନ୍ ସିଗ୍ନାଲ ମିଳିବ ବୋଲି ଲୋକେ ଆଶା ରଖିଛନ୍ତି ।

error: Content is protected !!