Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପତ୍ରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ପତ୍ରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋକୁଳାନନ୍ଦ ବହିଦାରଙ୍କ ସଭାପତିତ୍ବରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ପାଇକମାଳ ଏବିଇଓ ରାଧେଶ୍ୟାମ ମେହେର, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ଡୋଲାମଣୀ ମାହାର ଓ ସମ୍ମାନୀତ ଅତିଥି ଭାବରେ ଚକ୍ରଧର ବାଗ,ମାଧବ ରଣା, ଅନୀଲ ଦାସ, ଯାଦବ ମଲ୍ଲିକ, ସିଆରସିସି ବ୍ରଜକିଶୋର ଜେନା ଉପସ୍ଥିତ ଥିଲେ।

ଉଦଯାପନୀ ଉତ୍ସବରେ ଅତିଥି ଭାବରେ ବିଆରସିସି ଧଲେନ୍ଦ୍ର ବାରିକ, ଛିନ୍ଦେଇକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ହେମସାଗର ସାହୁ, ସିଆରସିସି ଉଗ୍ରସେନ ପ୍ରଧାନ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଦେଇ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରିଥିଲେ।

ଏଥିରେ ଶିକ୍ଷକ ମହେନ୍ଦ୍ର ପଶାୟତ,ମାନବେନ୍ଦ୍ର କୁମାର ମଣ୍ଡଳ ଶିକ୍ଷୟିତ୍ରୀ ହେମବନ୍ତୀ ଲୁହାର, ଜୁବଲୀରାଣୀ ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟା ତଥା ଗ୍ରାମବାସୀମାନେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

error: Content is protected !!