ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୁଏରଗାଁ ଠାରେ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଏହି ବୈଠକ ରେ ଅନୁକୂଳ ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା ହୋଇଅଛି। ବିଶେଷ ଭାବେ ବିଚ୍ଛିନ୍ନାଞ୍ଚଳରେ ଆବଶ୍ୟକ ଖାଦ୍ୟ ମହଜୁଦ ରହିବା, ନଦୀ ଅଞ୍ଚଳରେ ସୁରକ୍ଷିତ ସ୍ଥାନ ନିରୂପଣ, ବନ୍ୟା ପ୍ରଭାବିତ ଅଞ୍ଚଳ ବନ୍ୟା ଆଶ୍ରୟ ସ୍ଥଳର ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ୟାର ସଙ୍ଗଠନ ର ବିପର୍ଜୟ ସଂଚାଳକ ସଞ୍ଜୀବ ନାରାୟଣ ପଣ୍ଡା ଏହାର ପରିଚାଳନା କରିଥିଲେ, ସେ ପଞ୍ଚାୟତ ବାସୀଙ୍କୁ ଏ ସମ୍ପର୍କ ରେ ଅବଗତ କରାଇ ମାର୍ଗ ଦର୍ଶନ କରିଥିଲେ |
ଏହି କାର୍ଯ୍ୟକ୍ରମରେ ବିଷ୍ଣୁ କୁମ୍ଭାର ଜି.ପି.ଡି.ଓ , ବୁଏରଗାଁ ସରପଞ୍ଚ ହେମାଦ୍ରି ଜଗତ, ପି.ଇ.ଓ ଜୟାନନ୍ଦ ମେହେର, ନାଏବ ସରପଞ୍ଚ ହରି ସିଂ ମାଝୀ, ଆର୍.ଆଇ ଅଜିତ ସିଂ, ବୁଇଁରଗାଁ ଗ୍ରା.ପ ର ସମସ୍ତ ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ, ବୁଇଁର ଗାଁ ଗ୍ରା.ପ ର ସମସ୍ତ ଏ.ଏନ୍.ଏମ, ଆଶା, ଅଙ୍ଗେନ୍ ୱାଡ଼ି କର୍ମୀ, ସହିତ ବୁଇଁର ଗାଁ ଗ୍ରା.ପ ର ସମସ୍ତେ ୱାର୍ଡ ମେମ୍ବର ତଥା ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ ।