Saturday, March 7, 2026
Homeରାଜ୍ୟପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ଗାଇସିଲେଟ-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରରେ ମାଷ୍ଟର ଟ୍ରେନର ଭାବରେ ମାଧବୀ ସାହୁ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସମ୍ବନ୍ଧୀୟ କୌଶଳ ଦୀର୍ଘ ଆଠ ଦିନ ଧରି ତାଲିମ ପ୍ରଦାନ କରିବେ । ମହାବିଦ୍ୟାଳୟର ୧୫୫ ଜଣ ଛାତ୍ରୀ ମାନଙ୍କ ମଧ୍ୟରୁ ୧୫୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ତାଲିମ ଶିବିରର ପରାମର୍ଶଦାତ୍ରୀ ତଥା ସଂଯୋଜିକା ଡ. ବୀଣାପାଣି ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତାଲିମ ଶିବିର ପରିଚାଳିତ ହେଉଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ, ପ୍ରାଧ୍ୟାପକ ପ୍ରଦୀପ ପଧାନ , ନାରାୟଣ ମିଶ୍ର , ଅଧ୍ୟାପକ ବାଚସ୍ପତି ପଧାନ , ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଶିବିର ପ୍ରାରମ୍ଭରୁ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ପାଇଁ ଛାତ୍ରୀ ମାନଙ୍କର ସହଯୋଗ ସହ ତାଲିମ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ଉପଦେଶ ପ୍ରଦାନ କରିଥିଲେ ।

error: Content is protected !!