ପାଇକମାଲ-ପଶ୍ଚିମ ଓଡ଼ିଶାର ବରଗଡ ଜିଲା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଦୁଇ ଦିନ ଧରି ମାଘ ମେଳା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ବୁଧବାର ଉଦଯାପିତ ହୋଇଯାଇଛି । ଏଥିରେ ଅଷ୍ଟପ୍ରହରୀ ନାମଯଜ୍ଞରେ କାଂଶଡା, କୁମେର, ଜଗଲବେଡା, ମୁଣ୍ଡାପଳା, ବାଦିମାଳ, ହୀରାପୁର ଗ୍ରାମ ମାନଙ୍କର ଆଠ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଏହି ମହତ୍ ପୁଣ୍ୟ କାମରେ କର୍ତ୍ତା ଭାବରେ ଦିପେଶ ରଞ୍ଜନ ନାୟକ(ମୁନା) ଓ ତାଙ୍କ ସହଧର୍ମିଣୀ ଦିପ୍ତିମୟୀ ନାୟକ ଦାୟିତ୍ଵ ତୁଲାଇଥିଲେ ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
ଯଜ୍ଞ ପୁରୋହିତ ଡିଗ୍ରୀଧର ଦେବତା ଓ ମୁନା ଦେବତା ଦାୟିତ୍ଵ ନେଇ ପୂଜାପାଠ ସହ ହୋମ, ଯାଗଯଜ୍ଞ ରୀତି ନୀତି ଅନୁସାରେ କରିଥିଲେ । ମଙ୍ଗଳବାର ଦିନ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ଝରଣାର ଗଣେଶ ଘାଟରୁ ପବିତ୍ର ପାଣି ଆଣି ଆସ୍ଥାନରେ ଶୁଭ କଳସ ସ୍ଥାପନ ସହ ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ନାମ ସଂର୍କିତ୍ତନ୍ୟ ଆରମ୍ଭ କରାଯାଇଥିଲା । ଦୁଇ ଦିନ ଧରି ଯଜ୍ଞ ପୀଠରେ ତଥା ମାଘ ମେଳାରେ ପ୍ରବଳ ଭିଡ଼ ଅନୁଷ୍ଠିତ ହୋଇଥିଲା । ବୁଧବାର ଅପରାହ୍ନରେ ପୂର୍ଣ୍ଣାହୁତି ପରେ ଦହି ହାଣ୍ଡି ଭଙ୍ଗାଯାଇ କଳସ ବିସର୍ଜନ କରାଯାଇଥିଲା ।
![](https://jagrataprahari.com/wp-content/uploads/2025/01/IMG-20250122-WA0002-1024x384.jpg)
ଏଥିରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇ କଳସ ବିସର୍ଜନ କରି ଅନ୍ନଭୋଗ ପାଇଥିଲେ । ଏଥିରେ ମନ୍ଦିରର ପୂଜକ ସୁଜ୍ଞାନ୍ତ ତ୍ରିପାଠୀ , ସତ୍ୟ ପୁରୋହିତ , ସିଦ୍ଧାର୍ଥ ପୁରୋହିତ , ମନମିତ ପୁରୋହିତ , ଆଜାତ ମାଝୀ,ଶୁଭମ୍ ପୁଝାରୀ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ଗିରିଶ ଚନ୍ଦ୍ର ନାୟକ,ସୁବୋଧ ପଣ୍ଡା, ବଡ଼ ଶତପଥୀ,ବିଷ୍ଣୁ ପଶାୟତ , ଚିତ୍ତ ସରାଫ ,କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)