Sunday, March 8, 2026
Homeରାଜ୍ୟନୃସିଂହନାଥରେ ବୈଶାଖ ମେଳାରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର।

ନୃସିଂହନାଥରେ ବୈଶାଖ ମେଳାରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର।

ପଦ୍ମପୁର-ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପ୍ରସିଦ୍ଧ ବୈଶାଖ ମେଳା-୨୦୨୫ ଅବସରରେ ମେଳାର ଶେଷ ଦୁଇଦିନ ପବିତ୍ର ନୃସିଂହନାଥ ପୀଠରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର,ବରଗଡ ଓ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ସହଯୋଗରେ ଆଗାମୀ ତା ୧୧.୦୫.୨୦୨୫ ଓ ୧୨.୦୫.୨୦୨୫ ଦୁଇଦିନ ଅପରାହ୍ନ ୨.୦୦ ଘଟିକାରୁ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର,ବରଗଡର ମିଳିତ ସହଯୋଗରେ ଦ୍ବି ଦିବସୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ l

ବର୍ତ୍ତମାନ ପରିସ୍ଥିତିରେ ବୁର୍ଲା, ବରଗଡ, ପଦ୍ମପୁରର ପ୍ରାୟ ସମସ୍ତ ରକ୍ତଭଣ୍ଡାର ରକ୍ତଶୂନ୍ୟ ଫଳରେ ରକ୍ତ ପାଇଁ ରୋଗୀ ଓ ପରିଜନ ନାହିଁ ନ ଥିବା ହଇରାଣ ହେଉଛନ୍ତି l ଏଭଳି ରକ୍ତସଙ୍କଟ ତଥା ଘଡିସନ୍ଧି ମୁହୂର୍ତ୍ତରେ ବହୁମୂଲ୍ୟ ରକ୍ତଦାନ କରି ଅମୁଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହେବା ସହ ଶିବିରକୁ ସଫଳ କରିବାକୁ ରକ୍ତଦାତାଙ୍କୁ ଆୟୋଜକ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ଏବଂ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଅତିରିକ୍ତ ବିଡ଼ିଓ ପାଇକମାଳ ଦେବାଶିଷ ସିହ୍ନା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନୁରୋଧ ଜଣାଇଛନ୍ତି l

error: Content is protected !!