Sunday, March 8, 2026
Homeରାଜ୍ୟନୃସିଂହନାଥରେ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀ ପତ୍ର ।

ନୃସିଂହନାଥରେ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀ ପତ୍ର ।

ପାଇକମାଲ-ବରଗଡ ଜିଲ୍ଲାର ବିଭିନ୍ନ ଗ୍ରାମରେ ତଥା ବୋଡାସମ୍ବର ଅଂଚଳରେ କାର୍ଯ୍ୟରତ ଝାଙ୍କର ମାନେ (ଗ୍ରାମ୍ୟ ଦେବାଦେବୀ ପୂଜକ) ନୃସିଂହନାଥ ଠାରେ ଏକ ଝାଙ୍କର ଡେରା ( ବିଶ୍ରାମସ୍ଥଳୀ ) ନିର୍ମାଣ ପାଇଁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ଝାଙ୍କର ମାନେ ପାରମ୍ପାରିକ ବିବାହ,ରୀତିନୀତି,ଗ୍ରାମ୍ୟ ଦେବଦେବୀ ପୂଜନ କରି ଆସୁଛନ୍ତି।ପ୍ରତ୍ୟେକ ଗ୍ରାମରେ ଝାଙ୍କର ମାନଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ରହିଛି। ବିଭିନ୍ନ ପର୍ବ ପର୍ବାଣୀରେ ଝାଙ୍କର ମାନେ ପ୍ରସିଦ୍ଧ ନୃସିଂହନାଥ ଆସିଥାନ୍ତି । ସେମାନଙ୍କ ବିଶ୍ରାମ ନେବା ପାଇଁ ବହୁ ସମସ୍ୟା ହେଉଛି।ତେଣୁ ଜିଲ୍ଲାର ବିଭିନ୍ନ ଅଂଚଳର ଝାଙ୍କର ମାନେ ସାଂସଦଙ୍କ ସହ ଆଲୋଚନା କରିଛନ୍ତି।

ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ସ୍ଥାନୀୟ ନୃସିଂହନାଥ ଠାରେ ଏକ ଝାଂକର ଡେରା ନିର୍ମାଣ ପାଇଁ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ନିବେଦନ କରିଛନ୍ତି । ପ୍ରତିକ୍ରିୟାରେ ସାଂସଦ ଆବଶ୍ୟକୀୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ସାଂସଦଙ୍କ ଆଲୋଚନା ସମୟରେ ଝାଙ୍କର ମାନଙ୍କ ସଭାପତି ଉମେଶ ସିଦାର, ସଂପାଦକ ଲୋକନାଥ, କୋଷାଧ୍ୟକ୍ଷ ବାଳକୃଷ୍ଣ ଧରୁଆ,ଉପଦେଷ୍ଟା ସୁରେନ୍ଦ୍ର ସାହୁ, କେଶବ ବରିହା,ଚୈତନ୍ୟ ନେଗୀ,ଗୌରାଙ୍ଗ ବଗର୍ତ୍ତୀ ସହ ବୋଡା ସମ୍ବର ଅଞ୍ଚଳ ୧୦ ଖଣ୍ଡ ମୌଜାର ଝାଙ୍କର ଉପସ୍ଥିତ ଥିଲେ ।

error: Content is protected !!