ଗାଇସିଲେଟ-ଗାଇସିଲେଟ ବ୍ଲକର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ସମୂହ ଆନୁକୂଲ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶ ଠାରେ ସଭାପତି ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ୱନାଥ ବେହେରା,କର୍ମଚାରୀ ରବୀନ୍ଦ୍ର ଭୋଇ,ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶର ପୂର୍ବତନ ପ୍ରଧାନଶିକ୍ଷକ ଡୋଳାମାଣି ତରିଆ,କର୍ମଚାରୀ ଗୁରୁଦେବ ସେଠ,ପଂଚାୟତ ହାଇସ୍କୁଲ ଡ଼ଙ୍ଗାବାହାଲର ପୂର୍ବତନ ପ୍ରଧାନଶିକ୍ଷକ ହେମନ୍ତ ସାହୁ,କର୍ମଚାରୀ ଶାନ୍ତିଲାଲ ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏଥିରେ କୁଣ୍ଡାଖାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରିୟରଞ୍ଜନ ପଧାନ,ଚିଖିଲି ହାଇସ୍କୁଲ ପ୍ରଧାନଶିକ୍ଷକ ସୌଭାଗ୍ୟ ପଧାନ,କଟାବହାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ,ବରିହାପୁଖପାଣି ହାଇସ୍କୁଲ ପ୍ରଧାନଶିକ୍ଷକ ମୋହନ ରଣା,ଫିରିଙ୍ଗିମାଲ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଦଣ୍ଡସେନା,କଂଧୁମୁଣ୍ଡା ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଶାନ୍ତ ହୋତା,ବେହେରାମୁଣ୍ଡା ହାଇସ୍କୁଲର ପ୍ରଧାନଶିକ୍ଷକ ରୁକ୍ମଣ ଦିଶ୍ରୀ,ଡ଼ଙ୍ଗାବାହାଲର ପ୍ରଧାନଶିକ୍ଷକ ସନ୍ତୋଷ ପାଣ୍ଡେ ପ୍ରମୁଖ ମଂଚାସୀନ ଥିଲେ ।

ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୁକ୍ମଣ ଦିଶ୍ରୀ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ ସମ୍ପାଦକ ବିଷ୍ଣୁ ଭୋଇ ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନବୀନ ବରିହା,ଅରକ୍ଷିତ ବାରିକ,ଜଗନ୍ନାଥ ସାହୁ,ବାମନ ସାହୁ,ଗଙ୍ଗାଧର ସାହୁ,ଗୋକୁଳ ପଧାନ,ହେମନ୍ତ ବାରିକ,ଅମୁଲ୍ୟ ଯୋଷୀ,କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନୂତନ ଅନୁଦାନ ପ୍ରାପ୍ତ ଏଗାର ଗୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହିଥିଲେ । ପରିଶେଷରେ ମୋହନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।



