Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୂଆପଡ଼ା ଆଦର୍ଶ ସ୍ନାତକ କଲେଜରେ ବିଶ୍ବ ରକ୍ତ ଶିକୁଳି ଦିବସ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ ।

ନୂଆପଡ଼ା ଆଦର୍ଶ ସ୍ନାତକ କଲେଜରେ ବିଶ୍ବ ରକ୍ତ ଶିକୁଳି ଦିବସ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ବିଶ୍ବ ରକ୍ତ ଶିକୁଳି ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁ ସଭାପତିତ୍ବ କରିବା ସହିତ ଭାରତ ସରକାରଙ୍କ ଏହି ସଚେତନତା ଅଭିଯାନ ସଂପର୍କରେ ଅବଗତ କରାଇଥିଲେ। ବିଷୟ ବିଶେଷଜ୍ଞ ଭାବରେ ମହାବିଦ୍ୟାଳୟର ଜୀବବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁବାଷ ଚନ୍ଦ୍ର ବିଶ୍ବାଳ ଯୋଗଦେଇ ରକ୍ତ ଶିକୁଳି ରୋଗର ନିରାକରଣ ଓ ସଚେତନତା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ।

ତାଙ୍କୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ସେ ଅତି ପ୍ରାଞ୍ଜଳ ଭାବରେ ଉତ୍ତର ଦେଇଥିଲେ। ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଯୋଗ ଦେଇଥିବା ବେଳେ ଶେଷରେ ପ୍ରଫେସର ଡକ୍ଟର ଶିବ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

error: Content is protected !!