Saturday, March 7, 2026
Homeରାଜ୍ୟନିୟମ ପାଳନକାରୀଙ୍କୁ ଗୋଳାପ ଫୁଳ ଓ ଉଲ୍ଲଙ୍ଘନକାରୀଙ୍କୁ ତାଗିଦ ।

ନିୟମ ପାଳନକାରୀଙ୍କୁ ଗୋଳାପ ଫୁଳ ଓ ଉଲ୍ଲଙ୍ଘନକାରୀଙ୍କୁ ତାଗିଦ ।

ପଦ୍ମପୁର ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

ପଦ୍ମପୁର – ପଦ୍ମପୁର ପୋଲିସ ତରଫରୁ ସ୍ଥାନୀୟ ଭେଁଉରିଆ ଛକ ଠାରେ ସଡକ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ଥାନା ଅଧିକାରୀ ମମତା ନାଏକଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ଯୋଗଦେଇ ସଡକ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହା ସହିତ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧିବା, ଚାରିଚକିଆରେ ସିଟ ବେଲ୍ଟ ବାନ୍ଧିବା ତଥା ସମସ୍ତ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ନିଜେ ସୁରକ୍ଷିତ ରହି ନିଜ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରହିବାକୁ କହିଥିଲେ। ଏହି ସମୟରେ ଟ୍ରାଫିକ ନିୟମ ମାନି ଚାଲୁଥିବା ଚାଳକ ମାନଙ୍କୁ ଫୁଲତୋଡା ଓ ଚକଲେଟ୍ ଦେଇ ସ୍ଵାଗତ କରିଥିଲେ ଏବଂ ନିୟମ କୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ତାଗିଦ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଦ୍ମପୁର ପୋଲିସର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!