ଭେଡେନ-ଭେଡେନ ବ୍ଲକ କୃଷକ ସଂଗଠନ ତରଫରୁ ଟାଟା ପାୱାର ଏସ ଡି ଓ ପବିତ୍ର ଷଢଙ୍ଗୀ କୁ ଭେଟି ଗତ ଅଗଷ୍ଟ ୩୧ ତାରିଖରେ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବସିଥିବା ବୈଠକ ପ୍ରସଙ୍ଗରେ ଅବଗତ କରି ସମସ୍ତ ଖାଉଟି ଯେମିତି ଠିକ ଭାବେ ନିରବଛିନ୍ନ ବିଦ୍ୟୁତ ସେବା ପାଇ ପାରିବେ ସେ ଦିଗରେ ଆଲୋଚନା କରିଥିଲେ। ସଂଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଯାଇଥିଲେ। ଭେଡେନ ଅଞ୍ଚଳରେ ସ୍ମାର୍ଟ ମିଟର ଯେଉଁ ଗ୍ରାହକ ମାନଙ୍କ ଅନଇଛା ସତ୍ତ୍ୱେ ଲଗାଯାଇଛି ସେମାନଙ୍କର ମିଟର ଖୋଲି ଆଣିବା ପାଇଁ କହିଥିଲେ।
ଆଗାମୀ ଦିନରେ ୩୦୦ ୟୁନିଟ ଏବଂ ଚାଷ କ୍ଷେତ୍ରରେ ବିବହୃତ ବିଦ୍ୟୁତ ବିଲ ଜଳସେଚନ ଆଧାରରେ ନେବା ପାଇଁ ନୂଆଖାଇ ପରେ ସମସ୍ତ ଉପଭୋକ୍ତା ଲିଖିତ ଭାବେ ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲାଇନ ବିଲ ଦେଇ ନ ପାରିଲେ ମଧ୍ୟ୍ୟ ଲାଇନ ନ କଟିବା କୁ କହିଥିଲେ।ଗତ ମିଗ ଜୋମ ଜନିତ ଫସଲ କ୍ଷତି ର ବୀମା ପ୍ରସଙ୍ଗରେ ମଧ୍ୟ ସଂଗଠନ ତରଫରୁ ଜିଲ୍ଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଲିଖିତ ଭାବେ ଉପସ୍ଥାପନା କରିଛନ୍ତି।
ଜିଲ୍ଲାପାଳ କୃଷି ଅଧିକାରୀକୁ ଆଜି ସନ୍ଧ୍ୟା ରେ ରିଳାଏନ୍ସ କମ୍ପାନୀ ପ୍ରତିନିଧିଙ୍କୁ ଡାକି ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଂଯୁକ୍ତ କୃଷକ ସଂଗଠର ରମେଶ ମହାପାତ୍ର, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ଚୂଡ଼ାମଣି ଛନ୍ଦ, ବିଜୟୀ ପଧାନ, ବିଜୟୀ ଲହରିୟା, କୁନା ପଧାନ ଅଂଶ ଗ୍ରହଣ କରିଥିଲେ।