Saturday, March 7, 2026
Homeରାଜ୍ୟନିମ୍ନମାନର ଉତ୍ପାଦନ କେନ୍ଦ୍ର ନିର୍ମାଣ : ଯନ୍ତ୍ରୀ ଠିକାଦାର ମିଶି ସରକାରୀ ଅର୍ଥ ଲୁଟ ।

ନିମ୍ନମାନର ଉତ୍ପାଦନ କେନ୍ଦ୍ର ନିର୍ମାଣ : ଯନ୍ତ୍ରୀ ଠିକାଦାର ମିଶି ସରକାରୀ ଅର୍ଥ ଲୁଟ ।

ଗାଇସିଲେଟ- ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ପଦ୍ମପୁର ରୁ ବିଜେପୁର ଯାଇଥିବା ମୁଖ୍ୟ ରାସ୍ତା କଡରେ ବିନା ସୁଚନା ଫଲକରେ ପଦ୍ମପୁର ଆରଏମସି ତରଫରୁ ଲକ୍ଷଲକ୍ଷ ଟଙ୍କା ବ୍ଯୟରେ ଏକ ଉତ୍ପାଦନ କେନ୍ଦ୍ର ନିର୍ମାଣ ହେଉଛି। ଯେଉଁଟାକି ଅତି ନିମ୍ନମାନରେ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି।ଛାତରୁ ଫଲ୍ସ ଖୋଲିଲା ପରେ ତଲପଟୁ ଲୁହା ଛଡ ଗୁଡିକ ଜଳଜଳ ହୋଇ ଦିସୁଛି। କେଉଁଠି ଛାଉଣି ହୋଇଥିବା ଟିଣ ଚଦର ଆଜବେଷ୍ଟସ ଗୁଡିକ ଅଙ୍କା ବଙ୍କା ହେବା ସହିତ କଣା ଥିବାରୁ ତଲୁ ସୁର୍ଯ୍ୟ ଚନ୍ଦ୍ର ସବୁ ଦିଶୁଛନ୍ତି।

ଏ ସମ୍ପର୍କରେ କାର୍ଯ୍ୟରତ ଆରଏମସି ଯନ୍ତ୍ରୀଙ୍କୁ ଯୋଗାଯୋଗ କରି କେତେ ଟଙ୍କାର କାମ ବୋଲି ପଚାରିବାରୁ ଯନ୍ତ୍ରୀ ବିଲବିଲେଇ ଯାଇ କେତେବେଳେ ୪୪ଲକ୍ଷ କହୁଛନ୍ତି ତକେତେ ବେଳେ ୪୨ଲକ୍ଷ ଟଙ୍କା ର କାମ ବୋଲି କହୁଛନ୍ତି। ଯନ୍ତ୍ରୀଙ୍କୁ ନିର୍ମାଣ କାର୍ଯ୍ୟଟିର ସୁଚନା ଫଲକ କାହିଁ ବୋଲି ପଚାରିବାରୁ ସେ ଅଜବ ଯୁକ୍ତି କରି କହିଛନ୍ତି ଆରଏମସିର କୌଣସି ବି କାମରେ ସୁଚନା ଫଲକ ଦିଆ ଯାଏ ନାହିଁ ବାଲି ଯୁକ୍ତି କରିବା ସହ ସବୁତକ ଦୋଷ ଠିକାଦାର ଉପରେ ଲଦି ଦେଇ ଛାତର ଫଲ୍ସ ଦବି ଯିବା କାରଣରୁ ଏହିପରି ହୋଇଥିବା ସେ ସ୍ବିକାର କରିଛନ୍ତି।

ଏଇଠିରୁ ସ୍ବଷ୍ଟ ଯଣା ପଡୁଛି ଯେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ରେ ନିର୍ମାଣ କାମ ଚାଲୁଛି।ଏଇଠି ପ୍ରଶ୍ନ ଉଠୁଛି ଯେ,ଠିକାଦାରଙ୍କ ଜରିଆରେ ନିର୍ମାଣ କାର୍ଯ୍ୟ କଲେ ମଧ୍ୟ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହିତ କାମର ମାନ ପରଖିବା ଯନ୍ତ୍ରୀଙ୍କ କାମ ନୁହେଁ କି।ବରଗଡ ଜିଲ୍ଲାପାଲ ଦୃଷ୍ଟି ଗୋଚର କରି ନିର୍ମାଣ କାର୍ଯ୍ୟର ଉଚ୍ଚ ସ୍ତରିୟ ତଦନ୍ତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି।

error: Content is protected !!