Saturday, March 7, 2026
Homeରାଜ୍ୟନିଜର ପ୍ରଥମ ଦରମାରେ ସ୍କୁଲ ପିଲାଙ୍କୁ ବ୍ୟାଗ ବଣ୍ଟନ କଲେ ଖେଳ ଶିକ୍ଷକ।

ନିଜର ପ୍ରଥମ ଦରମାରେ ସ୍କୁଲ ପିଲାଙ୍କୁ ବ୍ୟାଗ ବଣ୍ଟନ କଲେ ଖେଳ ଶିକ୍ଷକ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସାରସମାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟଯେ ସାରସମାଲ୍ ଗ୍ରାମର ଜଣେ ଯୁବକ ଶ୍ରୀ ବୁଲୁ ମଲିକ ଗତ ଫେବୃଆରୀ ମାସରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ଠାରେ ଖେଳ ଶିକ୍ଷକ ଭାବରେ ନିଯୁକ୍ତି ପାଇଲା ପରେ ଗ୍ରାମର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ଦରମାରେ ସ୍କୁଲ ବ୍ୟାଗ ଦେବା ପାଇଁ ଘୋଷଣା କରିଥିଲେ।

ଏହି ବଣ୍ଟନ କାର୍ଯକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେଶ୍ୱର ବରିହା ସଭାପତିତ୍ବ କରିଥିବା ବେଳେ ସହକାରୀ ଶିକ୍ଷକ ନାରାୟଣ ସାହୁ, ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ସେଠ୍,କମଲିନୀ ସାହୁ, ତପସ୍ଵିନୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କର୍ମଚାରୀ, ସ୍କୁଲ ପରିଚାଳନା କମିଟି ତଥା ଗ୍ରାମବାସୀ ଶ୍ରୀ ମଲିକଙ୍କ ଏହି ମହତ କାମ ସକାଶେ ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତରେ ଆହୁରି ଉନ୍ନତି କରିବା ପାଇଁ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ।

error: Content is protected !!