Sunday, November 24, 2024
spot_imgspot_imgspot_img
Homeରାଜ୍ୟନିଃଶୁଳ୍କ ବିଦ୍ୟୁତ ଦେବା ପାଇଁ ଭେଡେନ ବ୍ଲକ କୃଷକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ।

ନିଃଶୁଳ୍କ ବିଦ୍ୟୁତ ଦେବା ପାଇଁ ଭେଡେନ ବ୍ଲକ କୃଷକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ।

ଭେଡେନ-ନିଃଶୁଳ୍କ ବିଦ୍ୟୁତ ଦେବା ପାଇଁ ଭେଡେନ ବ୍ଲକ କୃଷକ ସଂଗଠନ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବି.ଡି.ଓଙ୍କ ଜରିଆରେ ଉତ୍ପନ୍ନ ଭୋଇଙ୍କ ନେତୃତ୍ୱରେ ଦାବିପତ୍ର ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ଭେଡେନ ମାର୍କେଟ ୟାଡ଼ ଠାରେ ସୁଦାମ ପାତ୍ର ଙ୍କ ସଭାପତିତ୍ୱରେ ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା। ସଭରେ ଆଇନ ପରାମର୍ଶ ଦାତା ନରେନ୍ଦ୍ର ଭୋଇ, ପ୍ରଭାତ ମିଶ୍ର, ଶ୍ରୀକାନ୍ତ ସାହୁ, ହୀରା ମହାକୁର ଆଲୋଚନା କରି ସରକାରଙ୍କ ବିଜୁଳି ଗ୍ରାହକ ମାରଣ ନୀତି ପ୍ରସଙ୍ଗରେ କଟୁ ସମାଲୋଚନା କରିଥିଲେ।

ଏହି ଆନ୍ଦୋଳନରେ ସଂଯୁକ୍ତ କୃଷକ ସଙ୍ଗଠନ ନିରଞ୍ଜନ ପଧାନ , ବାରପାହାଡ଼ କୃଷକ ସଂଗଠନ ଈଶାନ୍ତ ଭୋଇ,ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ କୁଞ୍ଜ ପଧାନ, ପ୍ରଭାତ ସାହୁ, କୃଷକ ପରିବାର ଥବିର ସାହୁ,ରାଜବୋଡାସମ୍ବର କୃଷକ ସଂଗଠନ ଅରବିନ୍ଦ ପଣ୍ଡା, କୋଶଲ ସେନ ଅବିନାଶ ବିଶି, ସୋନପୁରରୁ ସୋନାଲି ବିଶି ଏବଂ ବୌଦ୍ଧ କୃଷକ ସଂଗଠନର କର୍ମୀ ମାନେ ଯୋଗଦେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ମାନଙ୍କୁ ସରକାର ମାନଙ୍କ ମନେ ପକାଇ ଦେଇଥିଲେ ଏବଂ ତାହା କାର୍ଯ୍ୟକାରୀ ନ ହେଲେ ମିଳିତ ଭାବେ ଆନ୍ଦୋଳନ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ।

ଗାଇସିମା ଗ୍ରାମର ଗୋବିନ୍ଦ ଦେହେରୀ ଘାସ କାଟି ମୁଣ୍ଡରେ ବୋହି ଆଣୁଥିବା ବେଳେ ଟାଟା ପାୱାର ପରିଚାଳନା ଗତ ତ୍ରୁଟି ଯୋଗୁଁ ଜୀବନ ଯାଇଥିବା ଆଲୋଚନା ମଧ୍ୟ ହେଲା ଏବଂ କମ୍ପାନୀ ଦେଇଥିବା ପ୍ରତିଶୃତି ତୁରନ୍ତ କାର୍ଯ୍ୟ କାରୀ କରିବା ପାଇଁ ସଂଗଠନ ପକ୍ଷ ରୁ ଦାବୀ କରାଗଲା। ପରେ ବିରାଟ ଶୋଭାଯାତ୍ରା ରେ ବିଦ୍ୟୁତ ଉପଭୋକ୍ତା ମାନେ ବାହାରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ପଥପ୍ରାନ୍ତ ସଭା କରିଥିଲେ। ପଥପ୍ରାନ୍ତ ସଭାରେ ଉପଭୋକ୍ତା ମାନଙ୍କୁ ଯଦି ମାଗଣା ବିଦ୍ୟୁତ ପାଇବାର ଅଛି ତାହାହେଲେ ଆମମାନଙ୍କୁ ଲଢେଇ କରିବା ପଡିବ ବୋଲି ସଂଗଠନ ର ଅନ୍ୟତମ ସଦସ୍ୟ କହିଥଲେ।

ବିଭିନ୍ନ ପ୍ରକାର ଯୁକ୍ତି ଦେଇ କାହିଁକି ଆମେ ମାଗଣା ବିଦ୍ୟୁତ ଚାହୁଁଛୁ ସେଦିଗରେ ଉତ୍ପନ୍ନ ଭୋଇ ଦାବିପତ୍ର ପାଠ କରି ବି.ଡି.ଓ ମହୋଦୟ ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ପରେ ଉପଭୋକ୍ତା ମାନଙ୍କ ଅଜାଣତରେ ଚାଲୁଥିବା ମିଟର ଖୋଲି ସ୍ମାର୍ଟ ମିଟିର ଲଗାଯାଇ ଥିବାରୁ ଅସନ୍ତୋଷ ଗ୍ରାହକ ମାନେ ନିଜ ନିଜ ମିଟର ଅହିଂସାତ୍ମକ ଭାବେ ଫେରାଇ ଦେଇଛନ୍ତି। ଏବଂ ଯୋଜନା ବଦ୍ଧ ଭାବେ ଗୋଟିଏ ଗଣତାନ୍ତ୍ରିକ ଆନ୍ଦୋଳନ କୁ ଚାପି ଦେବା ପାଇଁ ଆଗଧାଡିର କର୍ମୀ ରମେଶ ମହାପାତ୍ର ପ୍ରତି ଚାଲିଥିବା ଷଡଯନ୍ତ୍ରକୁ ନିନ୍ଦା କରାଗଲା ଏବଂ ଯଦି ଏହି ପରି କୌଶଳ ପୋଲିସ ଅବଲମ୍ବନ କରେ ତାହା ହେଲେ ଉଚିତ ଜବାବ ଦିଆ ଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

error: Content is protected !!