Wednesday, February 5, 2025
spot_imgspot_imgspot_img
Homeରାଜ୍ୟନାଗାର୍ଜୁନ ସଂରକ୍ଷିତ ଜଙ୍ଗଲରୁ ବନ୍ଧୁକ ସହ ଦୁଇ ସନ୍ଦିଗ୍ଧ ଶିକାରୀ ଗିରଫ ।

ନାଗାର୍ଜୁନ ସଂରକ୍ଷିତ ଜଙ୍ଗଲରୁ ବନ୍ଧୁକ ସହ ଦୁଇ ସନ୍ଦିଗ୍ଧ ଶିକାରୀ ଗିରଫ ।

ବୌଦ୍ଧ-ବୌଦ୍ଧ ବନ ବିଭାଗ ପକ୍ଷରୁ ନାଗାର୍ଜୁନ ସଂରକ୍ଷିତ ଜଙ୍ଗଲରୁ ବନ୍ଧୁକ ସହ ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଶିକାରୀଙ୍କ୍ନୁ କୋର୍ଟ ଚାଲାଣ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ସହକାରୀ ବନ ସଂରକ୍ଷକ ଅର୍ଚ୍ଚନା ଗମାଙ୍ଗୋଙ୍କ ନେତୃତ୍ବରେ ବନ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ ନାଗାର୍ଜୁନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ୍ଧୁକ ସହ ଦୁଇ ସନ୍ଦିଗ୍ଧ ଶିକାରୀଙ୍କ୍ନୁ ଦେଖିଥିଲେ l

ବନ୍ଧୁକ ସହ ଉଭୟଙ୍କୁ ଗିରଫ କରି OR No 289-B /2024-25 ରେ ଏକ ମାମଲା ରୁଜୁ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି | ଉଭୟ ଅଭିଯୁକ୍ତ ହେଲେ ବ୍ରାମ୍ହଣୀ ପାଲି ଗ୍ରାମର ପ୍ରଶାନ୍ତ ପ୍ରଧାନ ଓ ବିଭୀଷଣ ସାହୁ ବୋଲି ସୂଚନା ମିଳିଛି l ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ବନପାଳ ଦୀପକ କୁମାର ନାଏକ, ବନରକ୍ଷୀ ରମାକାନ୍ତ ପାଣିଗ୍ରାହୀ, ପ୍ରଦୀପ କୁମାର ସାହୁ, ସୁବ୍ରତ କୁମାର ପ୍ରଧାନ ସାମିଲ ଥିଲେ l

error: Content is protected !!