ପାଇକମାଲ- ନବ ନିଯୁକ୍ତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବ୍ଲକସ୍ତରୀୟ ତାଲିମ ପ୍ରେରଣା ତାଲିମ ଶିବିର ପାଇକମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉଦଘାଟିତ ହୋଇଯାଇଛି l ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ତାଲିମ ଶିବିର ର ଏହି ସମାରୋହ ରେ ପାଇକମାଳ ବିଡ଼ିଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଅଦୁ ମୁଖ୍ୟ ଅତିଥି,ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭମ କୁମାର ପତି, ଝାରବନ୍ଧ ଏବିଇଓ ଦୟାନିଧି କୈବର୍ତ୍ତ,ଏବିଇଓ ଧଳେନ୍ଦ୍ର କୁମାର ବାରିକ,ଏବିଇଓ ରାଧେଶ୍ୟାମ ମେହେର, ପାଇକମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ l
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଏହି ସମାରୋହରେ ଅତିଥି ଗଣ ଶୈକ୍ଷିକ ଉନ୍ନତି,ଶିକ୍ଷକ ନେତୃତ୍ୱ ଉପରେ ଆଲୋକପାତ କରି ନୂତନ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ମର୍ଯ୍ୟାଦା ର ସହ ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ଉନ୍ନତି ରେ ସହାୟକ ହେବା ପାଇଁ ମତବ୍ୟକ୍ତ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ସମସ୍ତ ତାଲିମ ଗ୍ରହୀତା ଶିକ୍ଷକ ଙ୍କୁ ତାଲିମ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରି ଯାହା ସବୁ ଉପଲବ୍ଧି ହାସଲ କରିବେ ନିଜ ନିଜ ବିଦ୍ୟାଳୟ ରେ ଉପଯୋଗ କରି ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ଉନ୍ନତି କରେଇ ନିଜକୁ ଆଦର୍ଶ ଶିକ୍ଷକ ରୂପେ ଗଢି ତୋଳିବାକୁ ଆହ୍ୱାନ କରିଥିଲେ l
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ତାଲିମ ଶିବିର ରେ ପ୍ରଶିକ୍ଷକ ଭାବେ ସଞ୍ଜୟ ମୁନା,ଟେକରାଜ ପଟେଲ,ସୁନାଧର ଡନସନା, କାନ୍ତି ଲୁହାର,ପୁରନ୍ଦର କୁମ୍ଭାର, ଭୁବନେଶ୍ୱର ମେହେର,ରାମନାଥ ବାଗ, ନିତୁରାମ ନାଏକ,ନିତ୍ୟାନନ୍ଦ ମହାନନ୍ଦ ତାଲିମ ପ୍ରଦାନ କରୁଥିବା ବେଳେ ୬୪ ଜଣ ପ୍ରଶିକ୍ଷାର୍ଥୀ ତାଲିମ ଗ୍ରହଣ କରୁଛନ୍ତି l କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)