Saturday, March 7, 2026
Homeଅଘଟଣନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ।

ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ନଦୀରେ ବୁଡ଼ି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବ୍ୟକ୍ତି ହେଲେ ବୁଗୁଡ଼ା ନିକଟ ବିରିପୁର ଗ୍ରାମର ରମେଶ ପରିଛା(୬୨)।ରମେଶ ଆଜି ମଧ୍ୟାହ୍ନ ସାଢେ଼ ୧୨ଟା ସମୟରେ ଗାଧୋଇବାପାଇଁ ବିରିପୁର- କଣିଆପଲ୍ଲୀ ମଧ୍ୟରେ ଥିବା ବାଘୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ।ତେବେ ନଦୀ ଗଣ୍ଡରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଗଭୀର ଜଳରେ ବୁଡିଯାଇଥିଲେ।

ଆଖପାଖରେ ଥିବା ଲୋକେ ଦେଖିବା ପରେ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହେଇଯାଇଥିଲା।ଘଟଣା ସ୍ଥଳରେ ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚିଥିଲେ।ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ।ମୃତ ରମେଶ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

error: Content is protected !!