Saturday, March 7, 2026
Homeରାଜ୍ୟଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଙ୍ଗଠନ ପକ୍ଷରୁ ଆବେଦନ।

ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଙ୍ଗଠନ ପକ୍ଷରୁ ଆବେଦନ।

ବରଗଡ଼-ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଲିଖିତ ଆବେଦନ କରିଛନ୍ତି। ପ୍ରକାଶ ଥାଉକି ଅନ୍ୟ ବର୍ଷ ତୁଳନା ଚଳିତ ବର୍ଷ ବହୁତ କମ ଚାଷୀ ପଞ୍ଜିକୃତ ହୋଇଛନ୍ତି। ବିଗତ ବର୍ଷ 85 ହଜାର ଚାଷୀ ଧାନ ବିକ୍ରି କରିଥିଲେ ହେଲେ ଏହି ବର୍ଷ ମାତ୍ର 55 ହଜାର ଚାଷୀ ପଞ୍ଜିକରଣ ହୋଇଛନ୍ତି। ଯେଉଁ ଚାଷୀ ପଞ୍ଜିକରଣ ହୋଇ ପାରିବେ ନାହିଁ ସେମାନେ ଧାନ ବିକ୍ରି ବ୍ୟବସ୍ଥା ରୁ ବାହାର ହୋଇଯିବେ ଅର୍ଥ ସେମାନେ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିପାରିବେ ନାହିଁ। ସରକାରୀ ମୂଲ୍ୟରେ ଧାନ ବିକ୍ରି କରି ଚାଷୀଙ୍କୁ ଯଦି ଲାଭନ୍ମିତ ହେଉ ନାହିଁ ତାହାହେଲେ ଚାଷୀର କୌଣସି ଦୋଷ ନ ଥାଇ ଖୋଲା ବଜାରରେ କମ ମୂଲ୍ୟ ରେ ଧାନ ବିକ୍ରି କରିବ କାହିଁକି ? ସୋସାଇଟି କର୍ମଚାରୀ ମାନଙ୍କ ହକ ଅଧିକାର ପାଇଁ ସେମାମେ ଆନ୍ଦୋଳନ କଲେ ସେଥିପାଇଁ କୃଷକ ମାନେ ପଞ୍ଜିକରଣ ରୁ ବଞ୍ଚିତ ହେବା କେତେଦୂର ଯୁକ୍ତିଯୁକ୍ତ ? ଏଣୁ କୃଷକ ସଂଗଠନ ତରଫରୁ ଏହି ସମସ୍ୟା ପ୍ରସଙ୍ଗରେ ଆଗରୁ ଶାସନ ପ୍ରଶାସନ କୁ ଅବଗତ କରିଥିଲେ। ସେହି ସମୟ ରେ ପ୍ରଶାସନ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ ସେଥିପାଇଁ 10 ଦିନ ସମୟ ବୁଦ୍ଧି କରି ସମସ୍ତ ଚାଷୀଙ୍କୁ ପଞ୍ଜିକରଣ କରିବାର ସୁଯୋଗ ଦିଆଯାଉ। ଯଦି କୌଣସି ଚାଷୀ ଧାନ ବିକ୍ରି କାର୍ଡ ତିଆରୀ ରୁ ବଞ୍ଚିତ ହେଲେ ରାଜା ରାସ୍ତା କୁ ଉଲ୍ହାଇବାକୁ ଚେତାବନୀ ଦିଆଯାଇଛି। ଜିଲ୍ଲା କୃଷି କାର୍ଯ୍ୟାଳୟ ରେ ତାଲା ପକାଇ ଚାଲୁଥିବା ଆନ୍ଦୋଳନ ସପ୍ତମ ଦିନରେ ପହଂଚିଥିବା ଏବଂ ବିଜେପୁର, ବରଗଡ଼ କୃଷକ ସଙ୍ଗଠନ ନେତୃତ୍ୱ ନେଇଥିବା ସୂଚନା ଦେଇଛନ୍ତି। ଉପସ୍ଥିତ ଥିବା ସଦସ୍ୟ ମାନଙ୍କ ମଧ୍ୟରେ ସୁବାସ ପଧାନ, ସୁଶାନ୍ତ ଗଡତିଆ, ମହେନ୍ଦ୍ର ପଧାନ, ନୀଳମଣି ଗଡତିଆ, ନିଶାମଣୀ ପଧାନ, କ୍ଷେତ୍ରମୋହନ ସାହୁ, ଲୋକନାଥ ପଧାନ, ନିରଞ୍ଜନ ପଧାନ, ପ୍ରଶାନ୍ତ ସାହୁ, ସନ୍ତୋଷ ଦୋରା, ସୁନୀଲ ପଧାନ, ସୁରେଶ ନିକେଣ୍ଟି, ଯୁଧିଷ୍ଠିର ସାହୁ, ଏକାଦସିଆ ସାହୁ, ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ ରହି ଆନ୍ଦୋଳନ ଏବଂ ଦାବୀ ପାତ୍ର ପ୍ରଧାନ କରିଥିଲେ।

error: Content is protected !!