Saturday, March 7, 2026
Homeଅଘଟଣଧର୍ମପରାୟଣା ମହିଳା ବିମଳା ସୁନାଙ୍କ ବିୟୋଗ ।

ଧର୍ମପରାୟଣା ମହିଳା ବିମଳା ସୁନାଙ୍କ ବିୟୋଗ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅନ୍ତର୍ଗତ ସାଧୁପାଲି ଗାଁର ଧର୍ମପରାୟଣା ମହିଳା ବିମଳା ସୁନାଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ବର୍ଗତା ସୁନା ଅସୁସ୍ଥ ହେତୁ ଦିର୍ଘ ୧୦ ଦିନ ହେଲା ବୁର୍ଲା ଭୀମସାର ଠାରେ ଚିକିତ୍ସିତ ହେଉଥିଲେ। ହଠାତ୍ ଶନିବାର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ସହ ତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅନ୍ତେ ପୁଅ କ୍ଷୀରସିନ୍ଧୁ, ସରୋଜ,ଦୁଇ ବୋହୁ, ନାତି, ନାତୁଣୀ ,ଝିଅ,ଜ୍ୱାଇଁ,ବନ୍ଧୁ,ପରିଜନଙ୍କୁ ଛାଡି ଯାଇଛନ୍ତି । ତାଙ୍କ ପ୍ରାର୍ଥୀବ ଶରୀରକୁ ଭିଟାମାଟି ସୋହେଲା ଥାନା ଅନ୍ତର୍ଗତ ସାଧୁପାଲି ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ମଝିଆ ପୁଅ କ୍ଷୀରସିନ୍ଧୁ ସୁନା ମୁଖାଗ୍ନି ଦେଇଥିଲେ ।

error: Content is protected !!