Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା।

ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା।

କଳାହାଣ୍ଡି(ବିଘ୍ନେଶ୍ୱର ନାୟକ-ପିଙ୍କୁ)-ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଉତ୍ସବ ପଡିଆରେ ମଙ୍ଗଳବାର କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଉତ୍ସବ କମିଟି ର ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚୋକମା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଡ଼ଃ ମୋନିକା ପରଶିରା , ଅର୍ଥ କମିଟି ଉପ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ଘୁମୁରା କମିଟି ଅଧ୍ୟକ୍ଷ ରମଣୀ କାନ୍ତ ଜାଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଚାମ୍ପେଶ୍ୱର ଘୁମୁରା ଦଳ ପ୍ରଥମ ସ୍ଥାନ, ମା ଜଗତ ଜନନୀ ଘୁମୁରା ଦଳ ଜୟପାଟଣା ଦ୍ଵିତୀୟ ଏବଂ ମା ଠାକୁରାଣୀ ଘୁମୁରା ଦଳ ରଜାମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ।

error: Content is protected !!