Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଧନକଉଡ଼ା ବ୍ଲକ ସ୍ତରୀୟ "ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ।

ଧନକଉଡ଼ା ବ୍ଲକ ସ୍ତରୀୟ “ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ।

ସମ୍ବଲପୁର-ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସମ୍ବଲପୁର ଠାରେ ଧନକଉଡ଼ା ବ୍ଲକ ସ୍ତରୀୟ “ନିପୁଣ ଓଡିଶା ଲୋଗୋ ଉନ୍ମୋଚନ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଧନକଉଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡ଼ :ଗୀତାଞ୍ଜଳି ଭୋଇ, ଅଧକ୍ଷ, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁଜିତ କୁମାର ଲୁହା,ହୀରାକୁଦ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସପ୍ତଶ୍ରୀ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁସ୍ମିତା ପାଟଯୋଶୀ ଏବଂ ଜ଼ିଲ୍ଲା ଶିକ୍ଷା ପ୍ରତିଷ୍ଠାନ ର ବରିଷ୍ଠ ପ୍ରଶିକ୍ଷକ ଆଜାଦ ଶେଖର ପ୍ରଧାନ ଯୋଗଦାନ କରି ଥିଲେ।

ଜାତୀୟ ଶିକ୍ଷା ନୀତି ଆଧାର ରେ ନିପୁଣ ଭାରତ ତଥା ନିପୁଣ ଓଡିଶା ମିଶନ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ସ୍ତର ରେ ସୁନିଶ୍ଚିତ କରି ପ୍ରାଥମିକ ବିଦ୍ୟାଳୟ ସ୍ତର ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧି ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ। ବିଦ୍ୟାଳୟ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର କୌଶଳ କୁ ସୁନିଶ୍ଚିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଅପରିହାର୍ଯ୍ୟ ଯେପରିକି ୨୦୨୬-୨୭ସୁଦ୍ଧା ଛାତ୍ର ଛାତ୍ରୀ ମାନେ ଯେପରି ତାଙ୍କର ଶ୍ରେଣୀ ଭିତ୍ତିକ ମୌଳିକ ଶିକ୍ଷଣ ଦକ୍ଷତା ହାସଲ କରି ପାରିବେ ବୋଲି ମଂଚାସୀନ ଅତିଥି ଗଣ ତାଙ୍କର ବକ୍ତ୍ୟବ ରଖି ଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ସୁସ୍ମିତା ପାଟ ଯୋଶୀ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ଥିଲେ ଅସୀମ ପ୍ରଧାନ ଏବଂ ସୁବାଷ ସାହୁ। କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ସିଆରସିସି ସହଯୋଗ କରି ଥିଲେ।

error: Content is protected !!