Sunday, February 23, 2025
spot_imgspot_imgspot_img
Homeଅଘଟଣଧଣ୍ଡାମୁଣ୍ଡା କଲେଜରୁ ଚୋରି, ସିସିଟିଭି ଆଧାରରେ ଚୋରକୁ ଧରିଲା ଖପ୍ରାଖୋଲ ପୋଲିସ।

ଧଣ୍ଡାମୁଣ୍ଡା କଲେଜରୁ ଚୋରି, ସିସିଟିଭି ଆଧାରରେ ଚୋରକୁ ଧରିଲା ଖପ୍ରାଖୋଲ ପୋଲିସ।

ଧଣ୍ଡାମୁଣ୍ଡା ହାଇୟର ସେକେଣ୍ଡାରୀ ଜବାହରଲାଲ ନେହେରୁ ସ୍କୁଲରୁ ଚୋରି।

ପାଟଣାଗଡ(ସନ୍ତୋଷ ପଣ୍ଡା)-ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ରେ ଏକ ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଛି। ଧଣ୍ଡାମୁଣ୍ଡା ହାଇୟର ସେକେଣ୍ଡାରୀ ଜବାହରଲାଲ ନେହେରୁ ସ୍କୁଲରୁ ତାଲା ଭାଙ୍ଗି କମ୍ପ୍ୟୁଟର,ସାଉଣ୍ଡବକ୍ସ, ଏଲଇଡି ବଳ୍ବ ଓ ଟି ସାର୍ଟ ଚୋରି ହୋଇଥିବା ପ୍ରିନ୍ସିପାଲ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଥିଲେ।

ପ୍ରୀନ୍ସିପାଲଙ୍କ ଅଭିଯୋଗ ଆଧାରରେ ଖପ୍ରାଖୋଲ ପୋଲିସ ତଦନ୍ତ ଜାରୀ ରଖିଥିଲେ। ଖପ୍ରାଖୋଲ ପୋଲିସ ସିସିଟିଭି ଆଧାରରେ ଚୋରକୁ ଧରିବାରେ ସକ୍ଷମ ହୋଇପାରିଛି। ଖପ୍ରାଖୋଲ ପୋଲିସର ତଦନ୍ତରୁ ଜଣାପଡିଛି ଯେ ଚୋରଟି ଧଣ୍ଡାମୁଣ୍ଡା ପଞ୍ଚାୟତ କଂଟାପାଲି ଗ୍ରାମର ସନାତନ ପୁଟେଲ ବୋଲି ସୁଚନା ଦେଇଛନ୍ତି। ଅଭିଯୁକ୍ତ ଠାରୁ ଆଉ ମଧ୍ୟ ଗୋଟିଏ ଟିଭିଏସ ବାଇକ୍ ଜବଦ୍ କରାଯାଇଛି। ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

error: Content is protected !!