Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଦ୍ବିତୀୟ ପର୍ଯ୍ୟାୟ ବୃତ୍ତିଗତ ବିକାଶ ତାଲିମ ଶିବିର : ଯୋଗଦେଲେ ୧୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ...

ଦ୍ବିତୀୟ ପର୍ଯ୍ୟାୟ ବୃତ୍ତିଗତ ବିକାଶ ତାଲିମ ଶିବିର : ଯୋଗଦେଲେ ୧୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ ।

ନୂଆପଡା-ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଲୋହୋରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ବୃତ୍ତିଗତ ବିକାଶ ତାଲିମ ଶିବିର ଅନୁଷ୍ଠିତ ହେଉଅଛି। ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ତାଲିମ ଶିବିରରେ ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏହା ୨୩ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ ।

ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇ ତଥା ଖଡ଼ିଆଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା ,ସମ୍ମାନିତ ଅତିଥି ଭାବେ ଏବଂ ସିଆରସିସି ଦ୍ବୟ ପ୍ରକାଶ କୁମାର ଠାକୁର ଓ କ୍ଷେତ୍ରବାସୀ ବାରିକ ମଞ୍ଚାସୀନ ହୋଇ ନିରବଛିନ୍ନ ବୃତ୍ତିଗତ ତାଲିମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହାର ଶ୍ରେଣୀ ଗୃହରେ ପ୍ରୟୋଗ ଉପରେ ତଥ୍ୟ ଅବଗତ କରିଥିଲେ ।

error: Content is protected !!