
ପଦ୍ମପୁର-ଆଗାମୀ ଦୋଳ ପୂର୍ଣ୍ଣିମା ଓ ହୋଳି ପର୍ବକୁ ଦୃଷ୍ଟିରେ ରଖି ପଦ୍ମପୁର ଥାନା ପକ୍ଷରୁ ଏକ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କ ନେତୃତ୍ବ ତଥା ପଦ୍ମପୁର ଆଦର୍ଶ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ପଦ୍ମପୁର ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ଏହି ମାର୍ଚ୍ଚ କରିଥିଲେ। ସାଧାରଣ ଲୋକଙ୍କ ମନରେ ସୁରକ୍ଷାବୋଧ ସୃଷ୍ଟି କରିବା ସହିତ କାନୁନ-ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା। ପର୍ବ ସମୟରେ କୌଣସି ଅପ୍ରୀତିକର ଘଟଣା ନ ଘଟିବା ପାଇଁ ପୋଲିସ ପକ୍ଷରୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ସମସ୍ତ ନାଗରିକଙ୍କୁ ସାମ୍ପ୍ରଦାୟିକ ସମ୍ମିଳନ ଓ ଭାଇଚାରା ବଜାୟ ରଖି ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଆନନ୍ଦମୟ ଭାବରେ ପର୍ବ ପାଳନ କରିବାକୁ ଅନୁରୋଧ କରିଯାଇଛି।



