Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଦେୱାନୀ ଓ ଫୈାଜଦାରୀ କୋର୍ଟ ପାଇଁ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରତିନିଧି ଦଳ ।

ଦେୱାନୀ ଓ ଫୈାଜଦାରୀ କୋର୍ଟ ପାଇଁ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରତିନିଧି ଦଳ ।

ବିଜେପୁର(ନିରଞ୍ଜନ ତ୍ରିପାଠୀ)-ଆଜି ବରଗଡ଼ ଜିଲ୍ଲା ବିଜେପୁର ଓକିଲ ସଂଘ ପକ୍ଷରୁ ଏକ ପ୍ରତନିଧି ଦଳ ସ୍ଥାନୀୟ ବିଧାୟକ ଜମିଦାର ସନତ କୁମାର ଗଡତୀୟାଙ୍କ ଜରିଆରେ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠ ସ୍ଥିତ କାର୍ଯ୍ୟାଳୟରେ ଭେଟି ଦେୱାନୀ ଓ ଫୈାଜଦାରୀ କୋର୍ଟ ଅତି ଶିଘ୍ର ଖୋଲିବା ନେଇ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।ଏହି ପ୍ରତିନିଧି ଦଳରେ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ପାଇକ, ସମ୍ପାଦକ ସନତ କୁମାର ସିଂ ଗଡତିଆ, ସଦସ୍ୟ ସମୀର କୁମାର ସାହୁ ଭୂବନେଶ୍ୱରରେ ପହଞ୍ଚି ଆଇନ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ।

ଏ ସମ୍ପର୍କରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ବରୁ କୋର୍ଟ ଖୋଲିବା ନେଇ ଏକ ଦାବିପତ୍ର ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନ ଜଣାଇ ସାରିଛନ୍ତି ମୁଁ ଏହା ପ୍ରତି ନିଶ୍ଚିତ ବିଚାର କରି ଅତିଶିଘ୍ର ଆପଣଙ୍କ ଅଞ୍ଚଳର ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟି ରଖି ବିହିତ ପଦକ୍ଷେପ ନେବି ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ମତପ୍ରଦାନ କରିଥିବା ଜଣାପଡିଛି।

error: Content is protected !!