Saturday, March 7, 2026
Homeରାଜ୍ୟଦେବଦର୍ହା ସୁସ୍ଥ ପରିବେଶରେ ସଂଯୁକ୍ତ ପରିବାର ।

ଦେବଦର୍ହା ସୁସ୍ଥ ପରିବେଶରେ ସଂଯୁକ୍ତ ପରିବାର ।

ପାଇକମାଲ-ବୋଡାସମ୍ବର ଅଞ୍ଚଳର ଦ୍ଵିତୀୟ ପର୍ଯ୍ୟଟନସ୍ଥଳୀ ଧବଲେଶ୍ଵର ପୀଠ ଦେବଦର୍ହା ଠାରେ ସଂଯୁକ୍ତ ପରିବାର ବରଗଡ଼ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ଲାଷ୍ଟିକ୍ ପାଣି ବୋତଲ, ପଲିଥିନ ମାଟିରେ ବର୍ଷ ବର୍ଷ ଧରି ପଡି ରହିବା ସତ୍ତ୍ୱେ ମଧ୍ୟ ମାଟିରେ ମିଶି ନଥାଏ।

ତେଣୁ ଏଭଳି ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖି ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବା ଏହି ସଫେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ତୃପ୍ତିମଣୀ କୁମ୍ଭାରଙ୍କ ନେତୃତ୍ୱରେ ଅଭିଷେକ କମ୍ପା, ମାନସ ରଣା, ସଚିନ ନାୟକ, ଦୁର୍ଯ୍ୟୋଧନ ମହାନନ୍ଦ, ପ୍ରହଲ୍ଲାଦ ବରିହା,ପ୍ରତିମା ତାଣ୍ଡି, ଯଜ୍ଞାସେନୀ ରଣା, ସୌଦାମିନୀ ବାଗ, କରିସ୍ମା ତାଣ୍ଡି ଯୋଗଦାନ କରିଥିଲେ।

error: Content is protected !!