Tuesday, March 10, 2026
Homeରାଜ୍ୟଦେବଦତ୍ତ କ୍ଲବ ତରଫରୁ ବୁଡାମାଲ ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର।

ଦେବଦତ୍ତ କ୍ଲବ ତରଫରୁ ବୁଡାମାଲ ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର।

ବରଗଡ଼-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ସ୍ଥିତ ଗାୟତ୍ରୀ କଲ୍ୟାଣ ମଣ୍ଡପ ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଦତ୍ତ କ୍ଲବ ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ କାହ୍ନୁ ଚରଣ ମାଝୀ,କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ପଣ୍ଡା,ସମାଜସେବୀ ଫକୀର ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସମସ୍ତ ଅତିଥି ମାନେ ଜଙ୍ଗଲରେ ନିଆଁ ଲାଗିଲେ କିପରି ତାର ନିରାକରଣ କରାଯାଇ ପାରିବ ସେ ଉପରେ ଅନେକ ସଚେତନ ବାର୍ତ୍ତା ଦେଇଥିଲେ । ସମ୍ପାଦକ ଶ୍ରୀଯୁକ୍ତ ମାଝୀ କେବଳ ଜଙ୍ଗଲ ବିଭାଗ ଉପରେ ଭରସା ନ କରି ପ୍ରତିଟି ଲୋକ ଏଥି ପ୍ରତି ଯତ୍ନବାନ ରହି ଦାୟିତ୍ଵ ନେଇ ଜଙ୍ଗଲ ବିଭାଗକୁ ସହଯୋଗର ହାତ ବଢାଇଲେ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ ବୋଲି ପ୍ରକାଶ କରିବା ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ପାଇଁ ନିବେଦନ କରିଥିଲେ ।

ଏହି ଅବସରରେ ଗାୟତ୍ରୀ ପିଠ ଠାରେ ବୃକ୍ଷ ରୋପଣ କରି ଜନ୍ମ ଦିବସ, ବିବାହ ବାର୍ଷିକ, ଜନ୍ମ ଜୟନ୍ତୀ ଦିବସ,ନୂତନ ବିବାହ ସମୟରେ ତଥା ପ୍ରତିଟି ସ୍ବତନ୍ତ୍ର ଦିବସକୁ ମନେ ପକାଇବା ପାଇଁ ଏକ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ।ପରେ ସମସ୍ତ ଅତିଥି ଓ ମହିଳା ମାନେ ଏକ ସୁନ୍ଦର ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଦେବଦତ୍ତ କ୍ଳବର ଉମାକାନ୍ତ ସାହୁ,ବିଜୟ ମାଝି,ବିରେନ୍ଦ୍ର ବାରିକ,ପଦ୍ମାବତୀ ସାହୁ,ରଶ୍ମିତା ସାହୁ,ବୀଣାପାଣି ସାହୁ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ବୁଡାମାଲ ଓ ଆଖ ପାଖ ଗ୍ରାମରୁ ଅଙ୍ଗନୱାଡ଼ି କର୍ମୀ,ଆଶା ଦିଦି,ଶତାଧିକ ମହିଳା ଯୋଗ ଦେଇଥିଲେ । ପରିଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!