Sunday, March 8, 2026
Homeରାଜ୍ୟଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା ।

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା ।

ପଦ୍ମପୁର– ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ମଣିଷ ଯଦି କୌଣସି ଜିନିଷକୁ କରିବା ପାଇଁ ଦୃଢତାର ସହ କରିବା ପାଇଁ ପ୍ରୟାସ କରିଥାଏ ତେବେ ତାହା ନିଶ୍ଚୟ ସଫଳ ହୋଇଥାଏ ବୋଲି କହିଥାନ୍ତି । ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଟାଲ ଗାଁ ର ରାକ୍ଷୀ ସୁନା । ପଦ୍ମପୁରରେ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ବିଭିନ୍ନ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଦିବ୍ୟାଙ୍ଗ ବର୍ଗରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସମସ୍ତ ପ୍ରତିଯୋଗି ମାନଙ୍କୁ ପଛରେ ପକାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଟାଲର ଛାତ୍ରୀ ରାକ୍ଷୀ ସୁନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୌଣସି କାରଣରୁ ତାଙ୍କ ଗୋଟିଏ ଗୋଡର ପାଦ ନାହିଁ ସେ ଆଶା ବାଡିରେ ସହଯୋଗରେ ଯିବା ଆସିବା କରିଥାନ୍ତି । ହେଲେ ସେ ନିଜ ପ୍ରୟାସ ବଳରେ ଆସି ପ୍ରଥମ ସ୍ଥାନରେ ପହଂଚିଛନ୍ତି । ଆଜି ୭୯ ତମ ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ପାଳନ ଅବସରରେ ରାକ୍ଷୀ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲାଙ୍କ ଠାରୁ ପୁରଷ୍କୃତ ହୋଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

error: Content is protected !!