Saturday, March 7, 2026
Homeରାଜ୍ୟଦୁର୍ନୀତି ନିବାରଣ ଓ ସାଇବର ସଚେତନତା କାର୍ଯ୍ୟକ୍ରମ ।

ଦୁର୍ନୀତି ନିବାରଣ ଓ ସାଇବର ସଚେତନତା କାର୍ଯ୍ୟକ୍ରମ ।

ପଦ୍ମପୁର-ସ୍ଥାନୀୟ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡ଼କ୍ରସ ତରଫରୁ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ ଓ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵ ଅଭିଭାଷଣରେ ଦୁର୍ନୀତି କିପରି ସମାଜର ଏକ ସଂକ୍ରାମକ ବ୍ୟାଧି ଓ ତାକୁ ନିରାକରଣ କରିବାରେ ଆମରି ଦାୟିତ୍ଵ ଗୁଡିକ ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ଯୋଗଦେଇ ଦୁର୍ନୀତି ନିବାରଣର ଶପଥ ପାଠ କରାଇବା ସହ ସାଇବର ଠକେଇ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ।

ଏହି ସଚେତନତା ଶିବିରରେ ପଦ୍ମପୁର ଥାନାର ଅନ୍ଯାନ୍ଯ ଅଧିକାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ତ୍ଵରାନ୍ଵିତ କରିବାରେ ସାହାଯ୍ୟ କରିବା ସହ ଛାତ୍ରୀ ମାନଙ୍କୁ ସାଇବର ସଚେତନତା ଉପରେ ଏକ ଛୋଟ ଭିଡ଼ିଓ ଦେଖାଇଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ଉଭୟ ଓଡିଆ ଓ ଇଂରାଜୀରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ସୋନିଆ ମେହେର ଓ ସୁଶ୍ରୀ ରିକିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!