Sunday, March 8, 2026
Homeରାଜ୍ୟଦୁର୍ଘଟଣାଗ୍ରସ୍ତ ଶୁକ୍ରୁ ଭୂଏଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଥୁଆପାଲି ଲାୟନ୍ସ କ୍ଲବ।

ଦୁର୍ଘଟଣାଗ୍ରସ୍ତ ଶୁକ୍ରୁ ଭୂଏଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଥୁଆପାଲି ଲାୟନ୍ସ କ୍ଲବ।

ଭେଡେନ(ଭବାନୀ ଶଙ୍କର ପାଢ଼ୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ର ଖବରକାଗଜ ବିତରକ ଶୁକ୍ରୁ ଭୂଏ ବାଇକ ଗତ ନଭେମ୍ବର ୪ ତାରିଖରୁ ଦୁର୍ଘଟଣାଗ୍ରସ୍ତ ହୋଇ, ବର୍ତ୍ତମାନ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ଠାରେ ଆଇସିୟୁ ବେଡ ନମ୍ବର ୨୫ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ସେ ଜଣେ ଗରିବ ପରିବାରର, ଚିକିତ୍ସା ପାଇଁ ଘରେ ଯାହା ଥିଲା ବିକ୍ରି କରି ସାରିଲେଣି, ବର୍ତମାନ ଆର୍ଥିକ ଅନାଟନରେ ଗତି କରୁଛନ୍ତି।

ପତ୍ନୀ ଭାନୁମତୀ ଭୂଏ ବିଭିନ୍ନ ସାମାଜିକ ସଂଗଠନ, ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି। ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରୁ ଭୂଏ ଧର୍ମପତ୍ନୀ ଭାନୁମତୀ ଭୂଏ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

error: Content is protected !!