
ପଦ୍ମପୁର-ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତ ରେ ଥିବା ଦୁର୍ଗେଇ ଖୋଲରେ ପ୍ରତି ବର୍ଷ ଦୁର୍ଗେଇଖୋଲ ଦୁର୍ଗା ଦେବୀଙ୍କ ମାର୍ଗଶିର ମାସ ଶେଷ ଗୁରୁବାର ପୁର୍ଣିମା ଦିନ ପୁଜା ସହ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ଯାମ ନିକଟରେ ଦୁର୍ଗେଇ ଖୋଲ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁର୍ଗେଇଖୋଲ ଯାତ୍ରା ପରିଚାଳକ କମିଟି ସଭାପତି ମଧୂସୁଦନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବୈଠକ ବସିଥିଲା । ବୈଠକ ରେ ଆସନ୍ତା ତା ୦୪ /୧୨/ ୨୦୨୫ ରୁ ୦୫/୧୨/୨୫ ଦିନ ପର୍ଯ୍ୟନ୍ତ ଦୁଇଦିନ ଧରି ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମାଁ ଙ୍କ ପୂଜନୋତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ସମାପନ ହେବା ସହ କୌଣସି ମାଦକ ଦ୍ରବ୍ୟ ବିକ୍ରୟ ନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ସଭାପତି ଶ୍ରୀ ପାଣ୍ଡେ ମତ ବ୍ୟକ୍ତ କରିଥିଲେ। ମାଁ ଙ୍କ ମନ୍ଦିରର ବିକାଶ ତଥା ମାଁଙ୍କ ପୀଠର ଉନ୍ନତୀ ନେଇ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କନ୍ଦ ସମାଜର ସଭାପତି ରଣଜିତ ମଲ୍ଲିକ,ମାଁ ଦୁର୍ଗେଇ ଦେବୀ କମିଟି ସଂପାଦକ ବେଣୁଧର ଧରୁଆ,ମନଭଙ୍ଗ ଗୌନ୍ତିଆ ମହେନ୍ଦ୍ର ମଲ୍ଳିକ,ପୂଜକ ସୁଵାଷ ମଲ୍ଳିକ, ସଚିଦା ମଲ୍ଳିକ,ମହେନ୍ଦ୍ର ମଲ୍ଳିକ,ତ୍ରିନାଥ ମଲ୍ଲିକ,ବକୁଲ ମଲ୍ଳିକ,ଦେହେରୀ ବିଶି କେଶନ ମଲ୍ଳିକ,ପାନ୍ତି ନୂତନ ଭୂଏଙ୍କ ସମେତ ଭଦ୍ରବ୍ୟକ୍ତି ମଦନ ମାଝୀ, ରାଧେଶ୍ୟାମ ମେହେର,

ନିର୍ମଳ ପଟେଲ,ୱାର୍ଡମେମ୍ବର ସୁରେନ୍ଦ୍ର ମଲ୍ଳିକ, ଗୋବିନ୍ଦ ଭୂଏ,ନକୂଳ କଲେତ,ଗୋପାଳ ମାଝୀ,ନୁତନ ଭୁଏ,ଗୋପାଳ ମାଝୀଙ୍କ ସମେତ ମନଭଙ୍ଗ,କୁଡାରୀଫସା,ଲଉଡିମାଲ,ପିପଲଖୁଣ୍ଟା, ମୋତିପାଲି,ପତ୍ରାପାଲି,ବିଜୟ ନଗର,ଲୁକୁପାଲି,ମନ୍ମଥପାଲି, ନୂଆଁଗାଁ,ଓ ମିଠାପାଲି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଦୁଇ ଦିନ ଧରି ହେବାକୁ ଥିବା ଦୁର୍ଗେଇଖୋଲ ଯାତ୍ରାକୁ ସମସ୍ତେ ମିଳିମିଶି ମନ ଦେଇ ପରିଚାଳନା କରିବା ପାଇଁ ମତ ପ୍ରକାଶ କରି ଥିଲେ। ଶେଷରେ ସଭାପତି ମଧୁସୂଦନ ପାଣ୍ଡେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



