ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅଧନସ୍ଥ ବିଭିନ୍ନ ଦୁର୍ଗାପୂଜା କମିଟିକୁ ନେଇ ଏକ ବୈଠକ ଜଗଦଳପୁର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତତ୍ୱରେ ଅନୁଷ୍ଠିତ ବୈଠକରେ ଏ ଅବସରରେ ହେବାକୁ ଥିବା ଦୁର୍ଗାପୂଜା ମହୋତ୍ସବକୁ କିପରି ସରକାରୀ ନିର୍ଦେଶ ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଗାଇଡ଼ ଲାଇନ ଅନୁଯାୟୀ,ଲାଇଟ, ମାଇକ ବିଦ୍ୟୁତ ପରମିସନ ଉପରେ ଆଲୋଚନା କରିଥିଲେ ।
ଥାନା ଅଧନସ୍ଥ ଜଗଦଳପୁର, ଲଖମରା, ବୁକୁରମୁଣ୍ଡା, ଓ ଲଉଡ଼ିଦର୍ହା ଗ୍ରାମର ପୂଜାକମିଟି ସଭାପତି, ସମ୍ପାଦକ ତଥା କମିଟିର ସଭ୍ୟମାନେ ଯୋଗ ଦେଇଥିଲେ l ଉପସ୍ଥିତ ସମସ୍ତ କମିଟିକୁ ନେଇ ଦଶ ଜଣିଆ ଶାନ୍ତି କମିଟି ଗଠନ କରାଯାଇଥିଲା l