Saturday, March 7, 2026
Homeଅଘଟଣଦୀର୍ଘ ୩୦ ଘଣ୍ଟା ପରେ ବି ଚିହ୍ନଟ ହୋଇ ପାରିନି ଅଜଣା ମୃତଦେହ ।

ଦୀର୍ଘ ୩୦ ଘଣ୍ଟା ପରେ ବି ଚିହ୍ନଟ ହୋଇ ପାରିନି ଅଜଣା ମୃତଦେହ ।

କୁଚିଣ୍ଡା(ତପନ ଦାଶ)-ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଜୁନାନୀ ନିକଟସ୍ଥ ରଗଡେଗା ପୋଲ ପାଖରୁ ଶନିବାର ପୋଲିସ ଏକ ଅଜଣା ମୃତଦେହ ଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ପ୍ରାୟ ୪୦ ରୁ ୪୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ କୁଚିଣ୍ଡା ପୋଲିସ ଅଜଣା ମୃତଦେହ ଜବତ କରି କୁଚିଣ୍ଡା ଉପଖଣ୍ଡ ମେଡିକାଲକରେ ବ୍ଯବଛେଦ କରାଇଛି।

ମାତ୍ର ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ଯୋଗୁଁ ବ୍ଯବଛେଦ ପରେ ମେଡିକାଲ ଫ୍ରିଜରେ ଦେହକୁ ରଖାଯାଇଥିବା କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳ କହିଛନ୍ତି।ସୂଚନା ଅନୁଯାୟୀ,ଶନିବାର ସକାଳେ ରଗଡେଗା ନାଳ ପୋଲ ପାଖରେ ଏକ ମୃତ ଦେହ ପଡିଥିବା କୁଚିଣ୍ଡା ପୋଲିସକୁ ଖବର ମିଳିଥିଲା । ରଗଡେଗା ନାଳରେ ସଏଲ ଟେଷ୍ଟିଂ ପାଇଁ ନିୟୋଜିତ ଥିବା ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେଠାରେ କୌଣସି ମୃତ ଦେହ ନଥିଲା।

ଶନିବାର ସକାଳ ପ୍ରାୟ ୬ଟାରେ ମୃତ ଦେହ ପଡିଥିବା ସେମାନେ ଦେଖିଥିବା କହିଛନ୍ତି।ମୃତ ବ୍ୟକ୍ତିଙ୍କ ବାମ ଗୋଡ ଭାଙ୍ଗିଯାଇଥିବା ବେଳେ ତାଙ୍କର ବାମ ପାଖ କାନ ମୁଣ୍ଡରେ ଆଘାତ ଲାଗିଛି। ରାତିରେ କୌଣସି ଗାଡି ଧକ୍କାରେ ଏହି ବ୍ୟକ୍ତିଙ୍କ ମୃତ୍ଯୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତେବେ ଦୀର୍ଘ ୩୦ ଘଣ୍ଟା ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରକାରେ ତାର ପରିଚୟ କିମ୍ବା ତଥ୍ୟ ମିଳି ପାରିନାହିଁ ।

error: Content is protected !!