
ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ଦ୍ୱାରା ଉଦ୍ଘାଟିତ ଏହି ଉତ୍ସବରେ ଖେଳ ପରିଚାଳକ ଭାବରେ ଖେଳ ଶିକ୍ଷକ ଶ୍ରୀବତ୍ସରାଜ ପୁରୋହିତ ଏବଂ କେଶବ ପଧାନ ଯୋଗ ଦେଇ ବାର୍ଷିକ କ୍ରୀଡାର ସୁପରିଚାଳନା କରିଥିଲେ। ସର୍ବମୋଟ ୧୭ ଗୋଟି ଖେଳରେ ଭାଗନେଇ ଛାତ୍ରଛାତ୍ରୀମାନେ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଶେଷରେ ଛାତ୍ର ବିଭାଗରୁ ସୁଧିର ଗୁରୁ ଦଶମ ଶ୍ରେଣୀ ଏବଂ ଛାତ୍ରୀ ବିଭାଗରୁ ପ୍ରିୟଙ୍କା ପଟ୍ଟନୀୟା ନବମ ଶ୍ରେଣୀଙ୍କୁ ଚମ୍ପିୟାନ ଭାବରେ ଘୋଷଣା କରାଗଲା।

ଦ୍ୱିତୀୟ ପର୍ଯ୍ୟାୟରେ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଲ ଗ୍ରାମପଞ୍ଚାୟତର ସରପଞ୍ଚ ମିଥିଲା ସାହୁ ଏବଂ ଅନ୍ୟାନ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମହିପାଳ ସ୍ୱାଇଁ , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରିନ୍ସିପାଲ୍ ନବିନ ଦାସ, ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସେଠ୍, ବିରଜାମ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରତାପ ସାହୁ, ପଞ୍ଚସଖା ଶିକ୍ଷାସେତୁ ସଭାପତି ବିକାଶ ନାଏକ ପ୍ରଭୃତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମାଜ ଏବଂ ସୁସ୍ଥ ଦେଶ ଗଠନ କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ।

ତତ୍ପଶ୍ଚାତ୍ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମେଡ଼ାଲ ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନେ ସାସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହି ଥିଲେ। ଏହି ଉତ୍ସବରେ ସମସ୍ତ ଅଭିଭାବକ ଓ ଅଭିଭାବିକା ପୁରାତନ ଛାତ୍ରଛାତ୍ରୀ ଏସ୍ ଏମ୍ ଡି ସି ମେମ୍ବର ଆଦି ସାମିଲ ହୋଇଥିଲେ। ବିଜ୍ଞାନ ଶିକ୍ଷୟତ୍ରୀ ଶେପାଳି ପାତ୍ରଙ୍କ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀଙ୍କର ରେମ୍ପ ଶୋ କୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତରଣୀସେନ ଭୁଏ ମଞ୍ଚ ପରିଚାଳନା କରିଥିଲାବେଳେ ଆଶିଷ କୁମାର ବିଶି ,ଖଗେଶ୍ୱର ସାହୁ , ମୋନାଲିସା ମେହେର ରାମପ୍ରସାଦ ସାବତ, ସୁଶାନ୍ତ ଗଡ଼ତିଆ, ଜ୍ଞାନରଞ୍ଜନ ପରିଡ଼ା, ଦୀପକ ଦେହୁରୀ , ପବିତ୍ର କଲେତ ପ୍ରଭୃତି ସହଯୋଗ କରିଥିଲେ।



