Sunday, April 20, 2025
spot_imgspot_imgspot_img
Homeରାଜ୍ୟଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ।

ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ।

ପଦ୍ମପୁର-ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀମାନ ଶାନ୍ତନୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦୀପ୍ତିପୁର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦ୍ବୀପ ପ୍ରଜ୍ଜ୍ୱଳନ ପୂର୍ବକ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।

ଅତିଥିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନେହେରୁଙ୍କ ଜୀବନୀ ବିଷୟ ରେ ଆଲୋକପାତ କରି ଛାତ୍ରଛାତ୍ରୀମାନେ ଦେଶ ଗଠନରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ। ବରିଷ୍ଠ ଶିକ୍ଷକ ତରଣୀସେନ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ସଂସ୍କୃତ ଶିକ୍ଷକ ଗୁପ ସାହୁ ଧନ୍ୟବାଦ୍ ଅର୍ପଣ କରି ଥିଲେ।

ତତ୍ ପଶ୍ଚାତ ଶିକ୍ଷୟିତ୍ରୀ ଶେଫାଳି ପାତ୍ରଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଆଶିଷ କୁମାର ବିଶି, ମୋନାଲିସା ମେହେର, ସୁଶାନ୍ତ କୁମାର ଗଡ଼ତିଆ,ରାମ ପ୍ରସାଦ ସାବତ ପ୍ରଭୃତି ଉପସ୍ଥିତ ଥିଲେ।

error: Content is protected !!