ବରଗଡ଼ – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଙ୍କୁ ଇଡ଼ି ଗିରଫ କରିଛି ଏହାର ପ୍ରତିବାଦ ରେ ଆପ୍ କାର୍ଯ୍ୟକର୍ତ୍ତା ମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ବରଗଡ ଗାନ୍ଧୀଛକ ଠାରେ ଏହି ଗିରଫଦାରି ପ୍ରତିବାଦ ରେ ଆପ୍ ରାଜରାସ୍ତା କୁ ଓହ୍ଲାଇ ଥିଲା। ନରେନ୍ଦ୍ର ମୋଦୀ ଙ୍କ ଇଙ୍ଗିତ ରେ ଇଡ଼ି ଏହି ଗିରଫ କରିଛି ଯାହାକି ବେଆଇନ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି। ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇ ଥିବା ବେଳେ ଏପରି ଗିରଫ କୁ ସବୁ ବର୍ଗ ର ଲୋକ ବିରୋଧ କରୁଛନ୍ତି। ଦିଲ୍ଲୀର ତଥାକଥିତ ମଦ ଦୁର୍ନୀତି ରେ କୌଣସି ପ୍ରମାଣ ନଥାଇ କେଜ୍ରିୱାଲ ଙ୍କୁ ଗିରଫ କରିବା ଆଶ୍ଚର୍ଯ୍ୟ ର ବିଷୟ ବୋଲି ବରିଷ୍ଠ ସଦସ୍ୟ ଅମିତାଭ ପାତ୍ର କହିଛନ୍ତି। ଏହି ବେଆଇନ ଗିରଫ କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ୍ୟ ବିରୋଧ କରି ବିକ୍ଷୋଭ ସ୍ଥଳ ରେ ସମର୍ଥନ ଜଣାଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ହରଦୀପ ସିଂ ଙ୍କ ସମେତ ନିପନ ଦାଶ, କିଶୋର ସାହୁ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଆମ୍ ଆଦମୀ ପାର୍ଟି ଅତାବିରା ନିର୍ବାଚନ ମଣ୍ଡଳୀ ରୁ ଜୟ କୃଷ୍ଣ ଛୁରିଆ, ଯଦୁମଣି ପ୍ରଧାନ, ଭଟଲି ରୁ ଶାହରୁଖ ଲୋଧିଆ, ବିଜେପୁର ରୁ ରାମଚନ୍ଦ୍ର ବିଶ୍ୱାଳ, ଶ୍ରୀରାମ ସାହୁ, ରାଜ କିଶୋର ନାଗ, ବରଗଡ଼ ବିଧାନସଭା ରୁ ମାରିୟମ ବାର୍ଲା, ଅବିନାଶ ବାଗ, ରମେଶ ପତି, ମମତା ବେହେରା, ଅଭୟ ସାମଲ, ସହ ସୁବଳ କହରା, ଗୌତମ ମହାନନ୍ଦ, ସୁବଳ ପ୍ରଧାନ, ସତ୍ୟ ସାହୁ ସମେତ ବହୁତ ସକ୍ରିୟ କାର୍ଯ୍ୟ କର୍ତ୍ତା ସାମିଲ ଥିଲେ। ଏହି ଗଣତନ୍ତ୍ର ହତ୍ୟାକାରୀ ମୋଦୀ ସରକାର କୁ ଦେଶ ରୁ ହଟେଇବାକୁ ସମସ୍ତେ ପ୍ରତିଜ୍ଞା କରିଥିଲେ।