Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଦିବଂଗତା ସୁଲୋଚନା ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ।

ଦିବଂଗତା ସୁଲୋଚନା ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ।

ବରପାଲି-ବରପାଲି ସରସ୍ବତୀ ସଂଘ ପରିସରରେ ସର୍ଗତଃ ସୂଲୋଚନା ରାଉତଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଅଞ୍ଚଳର ଶିକ୍ଷୟିତ୍ରୀ, ସମାଜସେବୀ,କବି,ଲେଖିକା ଓ ଭଦ୍ରମହିଳା ମାନେ ଯୋଗ ଦେଇ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ। ସୁଲେଖିକା ସ୍ୱର୍ଗତା ସୁଲୋଚନା ରାଉତଙ୍କ ଦେହାନ୍ତ ଶ୍ରଦ୍ଧାଞ୍ଜଳି ସଭା ସରସ୍ଵତୀ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା। ସଂଘ ପ୍ରତିଷ୍ଠାତା ସଦସ୍ୟା ତଥା ସୂଲେଖିକା ସୂଲୋଚନା ଦିଦିଙ୍କ ଆମୟିକ ଭାବ,ସମାଜସେବା,ଜିବନଶୈଳୀ, ଶିକ୍ଷକତା ସଂପର୍କରେ ଉପସ୍ଥିତ ଲେଖିକା ଘରଯୁଗୀ ଗଡ଼ତିଆ, ସୌଦାମିନୀ ଖଟୁଆ, ଡା. ସୁସ୍ମିତା ପଣ୍ଡା ଓ ଅନ୍ୟାନ୍ୟ ସଂଘ କର୍ମକର୍ତ୍ତା ମାନେ ସ୍ମୃତିଚାରଣ କରିଥିଲେ।

ସର୍ଗତ ସୂଲୋଚନା ରାଉତଙ୍କ ଶିକ୍ଷକତା ଜିବନ କାଳରେ ଅଂଚଳର ନାରୀ ଶିକ୍ଷା ଓ ପ୍ରଗତି ଦିଗରେ ତାଙ୍କର ପ୍ରଗାଢତା,ଭୂମିକା, ସ୍ନେହୀ ମନୋଭାବକୁ ନେଇ ଆଲୋଚିକା ଗଣ ଆଲୋଚନା କରିଥିଲେ । ଏହି ଅବସରରେ ସଂଘ ପରିସରରେ ଆଦିତ୍ୟ ପ୍ରସାଦ କରଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ ଗୀତା ପାଠ ସହ ତ୍ରୟୋଦଶ ଅଧ୍ୟାୟ ପଠନ ସହ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଲୀଳାବତୀ ତ୍ରିପାଠୀ, ସୁନିତା ମୁଣ୍ଡ, ପୁଷ୍ପା ତ୍ରିପାଠୀ, ସ୍ନିଗ୍ଧା ରାଣୀ ଦେବତା, ଆରତୀ ଦାଶ, ଅଯୋଧ୍ୟା ଦାଶ, ବେଦମତୀ ପରିଡା ,ସୁମନା ଦାଶ, ଅଞ୍ଜଳିକା, ବିଜୟଲକ୍ଷ୍ମୀ ଦାଶ,ସଞ୍ଜୁରାଣୀ ବେହେରାଓ ଯଶୋବନ୍ତୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନାରେ ସସୀମ ପଧାନ,ନୂତନ ପଧାନଙ୍କ ସମେତ ସଂଘର କର୍ମକର୍ତ୍ତା ଓ କର୍ମଚାରୀ ମାନେ ସହାୟତା କରିଥିଲେ । ଶେଷରେ ସଂପାଦିକା ସୁନିତା ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!