Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଦହିତା ମେହେର ସମାଜର ଆନୂକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ।

ଦହିତା ମେହେର ସମାଜର ଆନୂକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ।

ପଦ୍ମପୁର – ଦହିତା ମେହେର ସମାଜର ଆନୂକୁଲ୍ୟରେ ସ୍ଥାନୀୟ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ର ସାହିତ୍ୟ ସଭା ଶ୍ରୀଯୁକ୍ତ ସାଗର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରୋହିତ ମେହେରଙ୍କ ସମେତ ସମ୍ମାନିତ ଅତିଥି ଭାବେ ଶ୍ରୀ କ୍ଷୀର ସିନ୍ଧୁ ସୁନା,ଶେଷଦେବ ମେହେର,ଚୂଳ ସୁନ୍ଦର ମେହେର, ରାମଚନ୍ଦ୍ର ମେହେର ଓ ମାନୁ ମେହେର ମଞ୍ଚାସୀନ ହୋଇ ମେହେରଙ୍କ ଜୀବନ ଆଦର୍ଶ ଉପରେ ବକ୍ତବ୍ୟ ରଖିଲେ।ଶେଷଦେବ ମେହେର ଗଙ୍ଗାଧର ମେହେର ଙ୍କ କାବ୍ୟରେ ଆଳଙ୍କାରିତା ନେଇ ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ବକ୍ତା ଭାବେ ବାଗ୍ମୀ,ସୁ ସାହିତ୍ୟିକା, ଆଦର୍ଶ ଶିକ୍ଷୟିତ୍ରୀ ଶ୍ରୀମତି ନନ୍ଦିନୀ ମିଶ୍ର ଙ୍କ ସୁମଧୁର କଣ୍ଠରେ ମେହେରୀୟ ସାହିତ୍ୟରେ ଶ୍ରୋତାଙ୍କୁ ଅବଗାହନ କରାଇ ସୀତା,ସୈରେନ୍ଧ୍ରୀ, ଶକୁନ୍ତଳା, ରାମଚନ୍ଦ୍ର,ଅଜ, ଦୁଷ୍ମନ୍ତ ଙ୍କ ଚରିତ୍ର ଚିତ୍ରଣ ସହ ପ୍ରକୃତି ବର୍ଣ୍ଣନା କରି ପରିବେଶକୁ ର ସିକ୍ତ କରିଥିଲେ।ଶ୍ରେଷ୍ଠ କାବ୍ୟ ତପସ୍ଵିନୀ ର ବୈଶିଷ୍ଟ୍ୟ ସହ “କିଏ ଗୋ ତୁ ଜ୍ୟୋତିର୍ମୟୀ,ମଙ୍ଗଳେ ଅଇଲା ଉଷା,ମହିମା, ରାଜଧର୍ମ ରପଦ ଉଦ୍ଧାର କରିଥିଲେ।ସମୟର ସ୍ୱଳ୍ପତା ନେଇ ଶ୍ରୋତୃ ମଣ୍ଡଳୀ ଙ୍କୁ ଆହୁରି ଶୁଣିବାର ପିପାସା ବାଧା ଉପୁଜାଇଥିଲା।

ଜୟନ୍ତୀ ସକାଶେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ସଂପାଦକ ସୁରେନ୍ଦ୍ର କୁମାର ମେହେର ସଭାପତି ଙ୍କ ନିର୍ଦ୍ଦେଶରେ ସଭା ସଂଯୋଜନା କରି ଶେଷରେ ଧନ୍ୟବାଦ ଦେଇଥିଲେ।

error: Content is protected !!