Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଦହିତା ଠାରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ l

ଦହିତା ଠାରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ l

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏକ ବର୍ଷ ପୂର୍ତ୍ତି ଅବସରରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ରବିବାର ସକାଳ ୮ଟା ରେ ଗାଁର ପୁରୁଷ ଓ ମହିଳାଙ୍କ ଦ୍ଵାରା ବିଶାଳ କଳସ ଶୋଭାଯାତ୍ରା ହୋଇଥିଲା ଓ ଅପରାହ୍ନରେ ସମସ୍ତ ସଂକିର୍ତ୍ତନ ଦଳ କୁ ନେଇ ନଗର ପରିକ୍ରମା କରାଯାଇଥିଲା l

ଏହି ନାମଯଜ୍ଞରେ ପୂଜାକର୍ତ୍ତା ଭାବରେ ଶ୍ରୀ ଭଗବାନ ମେହେର ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରମ୍ଭା ମେହେର କାର୍ଯ୍ୟ ତୁଲାଇ ଥିଲେ । ପୂଜକ ପୁର୍ଣ ଚନ୍ଦ୍ର ଷଡ଼ଙ୍ଗୀ ଓ ଜୟ ବିହାରୀ ମାଝୀ ଙ୍କ ଦ୍ଵାରା ପୂଜାକାର୍ଯ୍ୟ ସମ୍ପୂର୍ଣ ହୋଇଥିଲା । ଶଙ୍ଖୁଆ କାଲା ବଡ଼ମାଳି, ସନ୍ତୋଷ ରଣା ସହଯୋଗୀ, ଚନ୍ଦ୍ରଭାନୁ ନେହେର ମଣ୍ଡଳୀ ଦାଇତ୍ୱ ରେ କାର୍ଯ୍ୟ ତୁଲାଇ ଥିଲେ ।

ସଭାପତି ଶ୍ରୀ ଲେକୁରୁ ମେହେର, ଉପ ସଭାପତି କଳାଚାନ୍ଦ ବିଶ୍ୱାଳ, ସମ୍ପାଦକ ପ୍ରହଲ୍ଲାଦ ମେହେର, କୋଷାଧକ୍ଷ ବିପିନ ବିହାରୀ ମେହେର, ସହଯୋଗୀ ଦୀପକ ମେହେର, ମିନିକେତନ ଭୋଇ, ବୁଟୀ ମେହେର, ବଝା ରଣା, ଧନମଣି ମେହେର, କିଶୋର ଭୋଇ ଓ ଗ୍ରାମ ବାସୀଙ୍କ ସହଯୋଗରେ ନାମଯଜ୍ଞ ସଫଳ ହୋଇଥିଲା । ପାଞ୍ଚ ଗୋଟି ସଂକିର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଥିଲା l ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା l

error: Content is protected !!