Saturday, April 19, 2025
spot_imgspot_imgspot_img
Homeରାଜ୍ୟଦହିତା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ।

ଦହିତା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ଅକ୍ଟୋବର ମାସର ୧୧ ତାରିଖ ଦିନ ପାଳନ କରାଯାଇଥାଏ। ଦଶହରା ଛୁଟି ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ ତଥା ବାଳିକା ଦିବସ ର ବାର୍ତ୍ତା ଦେବାପାଇଁ ବିଦ୍ୟାଳୟ ଚାଳିବାପରେ ଏହାର ଆୟୋଜନ କରାଯାଇଥିଲା।

ଛାତ୍ର ଛାତ୍ରୀ ମାନଙ୍କ ସମ୍ମୁଖରେ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରେ ଶିକ୍ଷୟିତ୍ରୀ ଶ୍ରୀମତି ଚଞ୍ଚଳା କୁମାରୀ ସାହୁ,ସୋନାଲିକା ଶବର ଦିବସର ତାତ୍ପର୍ଯ୍ୟ ବୁଝାଇ କହିବା ସହ ବାଳିକା ମାନେ ସଚେତନ ହୋଇ ଆଗକୁ ବଢିବା ପାଇଁ ଆହ୍ୱାନ କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନା ଏକ ବକ୍ରୋକ୍ତି ମାଧ୍ୟମରେ ରାବଣ ପରି ଗୁଣୀ, ଜ୍ଞାନୀ ତଥା ଭ ଉଣୀ ପାଇଁ ସର୍ବସ୍ବ ତ୍ୟାଗ କରିପାରୁଥିବା ଭାଇ ର ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଶୁଣାଇଥିଲେ। ଶେଷରେ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

error: Content is protected !!