Saturday, February 22, 2025
spot_imgspot_imgspot_img
Homeରାଜ୍ୟଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ, ୧୦ କେନ୍ଦ୍ରରେ ୧୭୦୮ ଜଣ ପରୀକ୍ଷାର୍ଥୀ

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ, ୧୦ କେନ୍ଦ୍ରରେ ୧୭୦୮ ଜଣ ପରୀକ୍ଷାର୍ଥୀ

ବୁଗୁଡା(ସୋରେନ କୁମାର ପ୍ରଧାନ)-ଶିକ୍ଷା ବର୍ଷ ୨୦୨୪-୨୫ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି । ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୨୭ଟି ହାଇସ୍କୁଲର ଫର୍ମ ପୂରଣ କରିଥିବା ମୋଟ ୧୭୪୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୦୮ ଜଣ ପରୀକ୍ଷା ଦେଇଥିବା ବେଳେ ୩୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି । ତେବେ ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟରୁ ବୀରଧନଞ୍ଜୟପୁରସ୍ଥ ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ସର୍ବାଧିକ ୨୧୬ରୁ ୨୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ୧୯୦ରୁ ୧୮୫ ଜଣ ,

ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କେନ୍ଦ୍ରରେ ୧୮୫ରୁ ୧୮୩ ଜଣ , ବାଲିପଦର ହାଇସ୍କୁଲ କେନ୍ଦ୍ରରେ ୨୦୦ରୁ ୧୯୮ ଜଣ , ତାଳସାକର ମହାମାୟୀ ହାଇସ୍କୁଲ କେନ୍ଦ୍ରରେ ୧୮୪ରୁ ୧୮୨ ଜଣ , ପଙ୍କଳବାଡି ରିଜିଓନାଲ ଏଗ୍ରିକଲଚର ହାଇସ୍କୁଲ କେନ୍ଦ୍ରରେ ୧୭୭ ରୁ ୧୭୧ ଜଣ , ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ଗାର୍ଲସ୍ ହାଇସ୍କୁଲ କେନ୍ଦ୍ରରେ ୧୮୧ରୁ ୧୭୯ ଜଣ , ପୋଚାଲୁଣ୍ଡି ଗ୍ରାମସ୍ଥ ମା କାଳୀ କୃଷକ ହାଇସ୍କୁଲ କେନ୍ଦ୍ରରେ ୧୫୮ ରୁ ୧୫୭ ଜଣ , ମାଣିତରା ରିଜିଓନାଲ ହାଇସ୍କୁଲ କେନ୍ଦ୍ରରେ ୧୩୭ରୁ ୧୩୫ ଜଣ ଏବଂ କରଚୁଲି ଶକୁନ୍ତଳା ବିଦ୍ୟାପୀଠ କେନ୍ଦ୍ରରେ ସର୍ବନିମ୍ନ ୧୧୫ରୁ ୧୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି ।

error: Content is protected !!