Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲେ ସରସ୍ଵତୀ ପଧାନ।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲେ ସରସ୍ଵତୀ ପଧାନ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମଲାର ଛାତ୍ରୀ କୁମାରୀ ସରସ୍ଵତୀ ପଧାନ ଚଳିତବର୍ଷ ଦଶମ ବୋର୍ଡ ପରୀକ୍ଷାରେ ୫୪୦ ନମ୍ବର ରଖି A1 ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ବ୍ଲକର ଗୌରବ ବୃଦ୍ଧି କରି ଥିବାରୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା,ଶିକ୍ଷକ ଶ୍ରୀ ସୁଶୀଲ କୁମାର ବରିହା, ବାପା ଶ୍ରୀ କଳାକାର ପଧାନ, ମାତା ଶ୍ରୀମତୀ ତନୟା ପଧାନ ଓ ଜେଜେ ବାପା ଶ୍ରୀ ଡମ୍ବରୁଧର ପଧାନ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମଲାର ଶତ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ଲକର ଗୌରବ ବୃଦ୍ଧି କରିଛନ୍ତି। କୃତୀ ଛାତ୍ରୀ ସରସ୍ଵତୀ ଭବିଷ୍ୟତରେ ଡ଼ାକ୍ତର ହୋଇ ଦେଶ ସେବାରେ ବ୍ରତୀ ହେବାର ଲକ୍ଷ୍ୟ ରଖି ପାଠପଢା ଜାରି ରଖିବି ବୋଲି କହିଥିଲେ।

error: Content is protected !!