ଗାଇସିଲାଟ-ହାତୀ ଆକ୍ରମଣରେ ଜଣେଏ ମୃତ,ଜଣେ ଗୁରୁତର । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଟୁରଚା ଗାଁ ରେ ଘଟିଛି ଅଭାବନୀୟ ଘଟଣା । ସେହି ଗାଁ ର ଦୁଇ ଜଣ ମହିଲା ଭୋର ସକାଳୁ ମହୁଲଫୁଲ ଗୋଟାଇବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଲେ ଅନ୍ୟ ଜଣେଏ ଗୁରୁତର ଥରବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ପଦ୍ମପୁର ରେଂଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି । ଏହା ସହ ପୂର୍ବରୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଇଥିବା ଜଣା ପଡିଛି ।

