ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଧନୁଯାତ୍ରା ମହୋତ୍ସବର ତୃତୀୟ ସଂନ୍ଧ୍ଯାରେ ଉଗ୍ରେସେନ ମହାରାଜ ରାଜ ଦରବାରରେ ପ୍ରଜା ମାନଙ୍କ ସୁଖଦୁଃଖ ବୁଝିଥିଲେ।ଗୋପପୁରରୁ ମଥୁରାନଗରୀକୁ ନଂଦରାଜା ବସୁଦେବଙ୍କ ମହା ସମାରୋହରେ ବରଯାତ୍ରୀ ହୋଇଥିଲା । ବସୁଦେବ ଓ ଦେବକୀ ବିବାହ ଅନୁଷ୍ଠିତ ହୋଇଥିଲା।ଉଗ୍ରେସେନ ରାଜା ଆଦେଶରେ କଂସ ଦେବକୀଙ୍କ ବିଦାୟକାଳୀନ ଦ୍ରୁଶ୍ୟ ମର୍ମସ୍ପର୍ଶୀ ହୋଇଥିଲା।
ଏହି ସମୟରେ ରାଜ କୁମାର କଂସଙ୍କୁ ଶୂନ୍ଯବାଣୀ ଅଷ୍ଟମ ଗର୍ଭର ସନ୍ତାନ ତତେ ମାରିବ, ତାପରେ ବିଚଳିତ ହୋଇ କଂସ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଥିଲା। ମହାରାଜ ଉଗ୍ରସେନଙ୍କୁ ଗାଦିରୁ ହଟାଇ ନିଜେ କଂସ ମହାରାଜ ସିଂହାସନ ଆରୋହଣ କରିଥିଲେ। ଏହି ସମୟରେ କଂସ ଭୂମିକାରେ ଅଭିନୟ ଗୋପାଳ ପଣ୍ଡା ଅଭିନୟ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା।
କଂସ ମହାରାଜ ପ୍ରଜାମାନଙ୍କ ସୁଖଦୁଃଖ କଥା ବୁଝି ଥିଲେ। ଏହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଅନିରୁଦ୍ଧ ସାହୁ , ଉପସଭାପତି ଜୀତେନ୍ଦ୍ର ପୋଢ, ଅନ୍ୟାନ୍ୟ କମିଟି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ଧନୁଯାତ୍ରା ପରିଚାଳନା କରିଥିଲେ । ଧନୁଯାତ୍ରା ଉପଲକ୍ଷେ ମୀନାବଜାର ଓ ଖାଦ୍ୟପେୟ ବଜାର ଲାଗିଛି, ଧନୁଯାତ୍ରାର ଜନସାଧାରଣ ମଜା ନେଉଛନ୍ତି। ଦିନକୁ ଦିନ ଧନୁଯାତ୍ରାରେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।